ପଦ୍ମପୁର – ଏକ ସାହିତ୍ୟ ରସମୟ ପରିବେଶ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ପାଳିତ ହୋଇଯାଇଛି ରଙ୍ଗାଜୀବ ଗଙ୍ଗାଧର ଙ୍କ ଜନ୍ମୋତ୍ସବ। ଉତ୍ସବ ଆରମ୍ଭ ହୁଏ ପରିସର ଭିତରେ ଥିବା ଗଙ୍ଗାଧର ଙ୍କ ର ପ୍ରତିମୂର୍ତ୍ତି ରେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ମାନଙ୍କ ର ମାଲ୍ୟାର୍ପଣ ରୁ। ତା ପରେ କବିବର ଙ୍କର ସ୍ମୃତିଚାରଣ କରିବା ପାଇଁ ଆୟୋଜିତ ହୁଏ ଏକ ସାହିତ୍ୟ ସଭା। ସଭା ର ସଭାପତି ଥିଲେ କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ। ଛାତ୍ରୀ ଶୁଭଶ୍ରୀ ସୁନା,ଶ୍ରାବଣୀ ମିଶ୍ର,ଆକାଂକ୍ଷା ହୋତା ଓ ସାନିୟା କୁରେଷି ଗଙ୍ଗାଧର ଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖି ଥିଲେ।

ଛାତ୍ରୀ ସୁନନ୍ଦା ଦୀପ ଗଙ୍ଗାଧର ଙ୍କ ରଚିତ କବିତା ଗାନ କରିଥିଲେ। ଶିକ୍ଷୟତ୍ରୀ ପୂଜା ନାୟକ, ପ୍ରଭାତୀ ପଟ୍ଟନାୟକ ଓ ମନୀଷା ଭୋଇ କବିଙ୍କର କୃତିତ୍ୱ ଉପରେ ଆଲୋକପାତ କରିଥିଲେ। ମାନସ କୁମାର ଶତପଥି ସଭା କୁ ପରିଚାଳନା କରିଥିଲା ବେଳେ ଚକ୍ରଧର ନାୟକ, ଖୁଶବୁ ବରିହା ଓ ଦୁଷ୍ମନ୍ତ ଛତର ସଭାକାର୍ଯ୍ୟ ସଂଚାଳନ ରେ ସାହାୟତା କରିଥିଲେ। ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ ପରେ ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ରାଣୀ ସାହୁ ଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ ସଭା କାର୍ଯ୍ୟକ୍ରମକୁ ସାଙ୍ଗ କରା ଯାଇଥିଲା।
