ପଦ୍ମପୁର – ଦଶମ ଶ୍ରେଣୀ ପରୀକ୍ଷା ପାଖେଇ ଆସୁଛି। ପରୀକ୍ଷ ସମୟ ହେଉଛି କୁନି ପିଲା ମାନଙ୍କ ପାଇଁ ସଂଶୟ ର ସମୟ। ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ପିଲା ମାନଙ୍କ ମନର ସଂଶୟ ଓ ପରୀକ୍ଷା ଭୟ କୁ ଲାଘବ କରିବା ପାଇଁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚୂଡ଼ାମଣି ବାରିଜ ଙ୍କ ନିର୍ଦ୍ଦେଶ କ୍ରମେ ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆରମ୍ଭ ହୋଇଯାଇଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ ଫର୍ଟିଚିଉଡ଼’।
ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଦଶମ ଶ୍ରେଣୀ ର ଛାତ୍ରୀ ମାନଙ୍କ ଘରକୁ ଘର ଯାଇ ପିଲା ଓ ତାଙ୍କ ପିତା ମାତା ଙ୍କର ଶଙ୍କା ନିବାରଣ କରୁଛନ୍ତି। ପିଲା ର ପାରିପାର୍ଶ୍ଵିକ ପରିସ୍ଥିତି କୁ ଅନୁଧ୍ୟାନ କରି ପିଲାର ପାଠ ପଢା କ୍ଷେତ୍ର ରେ ଯଦି କିଛି ବାଧା ଅଛି ତାକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି। ପିଲା କୁ ପ୍ରତିଦିନ ପରୀକ୍ଷା ର ପୂର୍ବ ଦିନ ପର୍ଯନ୍ତ ବିଦ୍ୟାଳୟ କୁ ପଠାଇବାକୁ ପିତା ମାତା ଙ୍କୁ ଅନୁରୋଧ କରୁଛନ୍ତି।
ବିଦ୍ୟାଳୟ ର ସମସ୍ତେ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ରେ ନିଜକୁ ସାମିଲ କରି ବିଦ୍ୟାଳୟ ସମୟ ବାହାରେ ଗୃହ ପରିଦର୍ଶନ କରୁଛନ୍ତି। ଛାତ୍ରୀ ମାନଙ୍କ ପିତା ମାତା ତଥା ଅଭିଭାବକ ମାନଙ୍କ ତରଫରୁ ବିଦ୍ୟାଳୟ ର ଏହି ଅଭିନଵ ପ୍ରୟାସ କୁ ସ୍ୱାଗତ କରାଯାଇଅଛି। ଏହି କାର୍ଯ୍ୟକ୍ରମ ପରୀକ୍ଷା ର ଶେଷ ଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।