Sunday, March 8, 2026
Homeରାଜ୍ୟସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ନବବର୍ଷକୁ ସ୍ବାଗତ ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ନବବର୍ଷକୁ ସ୍ବାଗତ ।

ପଦ୍ମପୁର-ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ୨୦୨୫ ର ପ୍ରଥମ ଦିନରେ ସମସ୍ତ ଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଫୁଲ ଚନ୍ଦନ ,ମିଷ୍ଟାନ୍ନ ଓ ଉପହାର ଦେଇ ସ୍ବାଗତ କରିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ବରେ ସଭା ଆୟୋଜିତ ହୋଇଥିଲା। ରାଜବୋଡାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଲୋକନାଥ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଶୁଭ ମନାସି ଥିଲେ ।

ଏହି ସ୍ୱାଗତ ସଭାକୁ ସଫଳ କରିବା ପାଇଁ ବିଦ୍ୟାଳୟର ଜ୍ୟୋସ୍ନାରାଣୀ ସାହୁ,ମାନସ ରଞ୍ଜନ ଶତପଥୀ, ପୂଜାରାଣୀ ନାୟକ,ରବୀନା ପଧାନ,ସଂଯୁକ୍ତା ଭୋଇ,ମନିଷା ଭୋଇ, ବୃନ୍ଦାବତୀ ସାହୁ, ଖୁସବୁ ବରିହା, ଜ୍ୟୋତିରେଖା ମହାନନ୍ଦ,ଅମନ କୁମାର ପଣ୍ଡା ,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର,ନିଳୀମା ରାଣୀ ମହାନ୍ତି,ସୁଷମା ଦାଶ,ଦୁଷ୍ମନ୍ତ ଛତର,କମଳା କୁମ୍ଭାର,ପ୍ରଭାସିନୀ ସାହୁ ସହଯୋଗ କରିଥିଲେ ।

error: Content is protected !!