Sunday, April 20, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣାଳୀ ପ୍ରଶିକ୍ଷଣ ଶିବିର ।

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣାଳୀ ପ୍ରଶିକ୍ଷଣ ଶିବିର ।

ପଦ୍ମପୁର- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବରଗଡ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ରାଜବୋରାସମ୍ବର ଆନୁକୂଲ୍ୟରେ ଏକ ତ୍ରିଦିବାସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଓ ବର୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଅଛି। ଉକ୍ତ ଶିବିର ଦ୍ବୟ ର ଉଦଘାଟନୀ ସଭା ବିଦ୍ୟାଳୟ ର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷଜ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା।

ଶ୍ରୀ ଚୂଡ଼ାମଣୀ ବାରିକ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପାଇକମାଳ ଉକ୍ତ ସଭା ରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିଲାବେଳେ, ଶ୍ରୀ ଲୋକନାଥ ଭୋଇ, ଗୋଷ୍ଠୀଶିକ୍ଷା ଅଧିକାରୀ, ରାଜବୋରାସମ୍ବର, ଶ୍ରୀ ଶୁଭମ କୁମାର ପତି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଝାରବନ୍ଧ, ଶିବ ପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବିସିକେଶନ ଶତପଥି ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।

ମାନସ ରଞ୍ଜନ ଶତପଥି ସଭା ପରିଚାଳନା କରିଥିଲା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ପରିଶେଷରେ ରେ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରିଚାଳନାରେ ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁଶବୁ ବରିହା,ପ୍ରଭାତୀ ପଟ୍ଟନାୟକ,ମମତା ମିଶ୍ର, ଜ୍ୟୋତିରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ନୀଳିମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର ଓ କମଳା କୁମ୍ଭାର ସହଯୋଗ କରିଥିଲେ।

ଲଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ରେ ପଦ୍ମପୁର ଉପଖଣ୍ଡର ୬ ଗୋଟି ବ୍ଲକ ରୁ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ନେବେ।ସୁମିତ୍ରା ପାତ୍ର, ମିନାକ୍ଷୀ ରାଣୀ ରାଉତ, କଲ୍ୟାଣୀ କଲେତ ଓ ପଦ୍ମିନୀ ସାହୁ ସାଧନ କର୍ମୀ ଭାବରେ କାର୍ଯ୍ୟ କରିବେ। ସେହିଭଳି ବର୍ଣାଳୀ ପ୍ରଶିକ୍ଷଣ ଶିବିର ରେ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବେ ଯାହାକୁ ସାଧନ କର୍ମୀ ଜ୍ୟୋତିରେଖା ମହାନନ୍ଦ, ବିଜୟ କୁମାର ସାହୁ, ସୁରଭି ଭୋଇ ଓ ଚିତ୍ରସେନ କୁଆଁର ପରିଚାଳନା କରିବେ।

error: Content is protected !!