Tuesday, December 3, 2024
spot_imgspot_imgspot_img
Homeରାଜନୀତିସରକାରୀ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ପ୍ରଚାର ଗୀତ : ନିର୍ବାଚନ କମିସନରଙ୍କୁ ତଦନ୍ତ ପାଇଁ...

ସରକାରୀ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ପ୍ରଚାର ଗୀତ : ନିର୍ବାଚନ କମିସନରଙ୍କୁ ତଦନ୍ତ ପାଇଁ ଦାବୀ ଜଣାଇଲା ପଦ୍ମପୁର ବିଜେଡି ।

ବିଜେପି ଅଛି ତ ସବୁ ସମ୍ଭବ : ବିଧାୟିକା ବର୍ଷା ସିଂ ବରିହା ।

ବରଗଡ଼ – ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ତଥା ପଦ୍ମପୁର ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ସରକାରୀ କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ପ୍ରଚାର ଗୀତ ବାଜିବାକୁ ନେଇ ନିର୍ବାଚନ କମିସନରଙ୍କ ଦ୍ୱାରସ୍ଥ ହୋଇଛି ପଦ୍ମପୁର ବିଜୁ ଜନତା ଦଳ। ଭୋଟର ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ଏକ ଷ୍ଟେଜ ପ୍ରୋଗ୍ରାମ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିଲା।

ଯେଉଁ ଥିରେ କି ଏକ ନିର୍ଦ୍ଦିଷ୍ଠ ରାଜନୈତିକ ଦଳର ପ୍ରଚାର ନିର୍ବାଚନୀ ଗୀତ ବାଜିଥିଲା, ଅବଶ୍ୟ ଉପସ୍ଥିତ ଦର୍ଶକଙ୍କ ବିରୋଧ ପରେ ଗୀତକୁ ଅଧାରୁ ବନ୍ଦ କରଯାଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ, ଭୁଲ ବଶତଃ ଗୀତ ବାଜିଥିଲା ଏବଂ ତାହା ଅଧାରୁ ବନ୍ଦ କରାଯାଇଥିଲା, ଯିଏ ବି ଦୋଷୀ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାୟିକା ବର୍ଷା ସିଂ ବରିହା କହିଛନ୍ତି ବିଜେପି ଅଛି ତ ସବୁ ସମ୍ଭବ, ସେମାନେ ତ କଲେଜକୁ ଯାଇ ଜୋର୍ ଜବରଦସ୍ତ ତାଙ୍କ ଦଳର ସଦସ୍ୟତା ଗ୍ରହଣ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ବାଧ୍ୟ କରୁଛନ୍ତି।

ଯାହାକି ହୀନ ରାଜନୀତି କୁ ଦର୍ଶାଉଛି, ଏହା ନିଶ୍ଚୟ ଲଜ୍ଜ୍ୟାର ବିଷୟ। ଯୁବନେତା ଭୋଜରାଜ ସିଂ ବରିହାଙ୍କ ନେତୃତ୍ଵରେ ଏକ ଟିମ୍ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ବିଜେଡି ଟାଉନ୍ ସଭାପତି ନବ କିଶୋର ସାହୁ, ରାଜୁ ଘିଭେଲା, କିଶୋର ମେହେର, ସୂର୍ଯ୍ୟ ପ୍ରସାଦ ହୋତା, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, ମନୋରମା ମହାପାତ୍ରଙ୍କ ସମେତ ସମସ୍ତ କାଉନ୍ସିଲର ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

error: Content is protected !!