ଝାରବନ୍ଧ(ବଂଶୀଧର ନାୟକ)- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବଲାଙ୍ଗୀର ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବରେ ଛୋଟ ଅନକି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ ଚିନ୍ତାମଣି ରାଉତ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ମୁଖ୍ୟ ବକ୍ତା ଡଭା ହାଇସ୍କୁଲର ପ୍ରଧାନ ଶିକ୍ଷକ ଟିକେଶ୍ଵର ପଟେଲ ଯୋଗ ଦେଇଥିଲେ। ବଲାଙ୍ଗିର ଉନ୍ନିତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଆଶାରାମ ବରିହା ସଭାପତିତ୍ବ କରିଥିଲେ ।
ଆବାହକ ସି ଆ ର ସି ସି ଡଭା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଲାଉଚନ୍ଦ୍ର ଛତର ,।ମଞ୍ଚ ପରିଚାଳନା କରୁଥିଲେ ଡଭା ହାଇସ୍କୁଲ ର ସହକାରୀ ଶିକ୍ଷକ ଶ୍ରୀ ଅକ୍ଷୟ କୁମାର ପ୍ରଧାନ ଓ ଶ୍ରୀ କର୍ମବୀର । ସଭା ପ୍ରାରମ୍ଭରେ ମଞ୍ଚାସିନ ଅତିଥି ଗଣ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସରସ୍ଵତୀ ଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଅତିଥି ଙ୍କ ସ୍ବାଗତ ଏଵଂ ପରିଚୟ ପ୍ରଦାନ ସହ ସଭାକାର୍ଯ୍ୟ ସଂଯୋଜନା କରିଥିଲେ।ଏହା ପରେ କ୍ଳଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ମନୋରମ କାର୍ଯ୍ୟକ୍ରମ ନୃତ୍ୟ,ଗୀତ, ଏକାଙ୍କିକା ପରିବେଷଣ କରି ଦର୍ଶକ ମାନଙ୍କୁ ମନମୁଗ୍ଧ କରିଥିଲେ।
ଏହି ଅବସରରେ ସୁରଭି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗର ପ୍ରତିଯୋଗିତା ରେ ଭାଗନେଇ ଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଗଣ ମାନପତ୍ର ସହ ପୁରସ୍କୃତ କରିଥିଲେ। ଏଥିରେ ଶିକ୍ଷୟିତ୍ରୀ କୁଞ୍ଜଲତା ବରିହା, ମନୋରମା ଭୋଇ, ବବିତା ତାଣ୍ଡିଆ, ସଂଗୀତା ଭୁଏ, ହେମଲତା ସାହୁ , ଗୀତାଞ୍ଜଳି ସାହୁ , ଦୁଃଖନାସିନି ପଟେଲ ,କୁମ୍ଭବତୀ ବରିହା ଏଵଂ ଶିକ୍ଷକ ଶ୍ରୀ ଭୁବନେଶ୍ଵର ବରିହା କୃଷ୍ଣଚନ୍ଦ୍ର ବରିହା, ରୋହିତ ନାଏକ ତାରାଚନ୍ଦ୍ର ବରିହା, ଭିମ ଭୋଇ,ଗୋପିନାଥ ସାହୁ ,ପଦ୍ମଲୋଚନ ସୁନା, ଶିବରାଜ ସାହୁ,ଦିନେସ ବରିହା, ଶଶୀଭୂଷଣ ସାହୁ, ଲକ୍ଷ୍ମଣ ସାହୁ,ରାମପ୍ରଶାଦ ସାହୁ ,କମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସୁରଭି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।