Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିସରକାରୀ ଉଚ୍ଚ ବିଦ୍ୟାଳୟ,ବଡ ଅନକୀ ଠାରେ ସଂସ୍କୃତ ଦିବସ ପାଳିତ।

ସରକାରୀ ଉଚ୍ଚ ବିଦ୍ୟାଳୟ,ବଡ ଅନକୀ ଠାରେ ସଂସ୍କୃତ ଦିବସ ପାଳିତ।

ଝାରବନ୍ଧ-ଝାରବନ୍ଧ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ ଅନକୀ ଠାରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସାହୁ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଭୋଇ ଯୋଗଦାନ କରି ଭାଷାମାନଙ୍କର ଜନନୀ ତଥା ଦେବଭାଷା ସଂସ୍କୃତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଂସ୍କୃତ ରୁ ସଂସ୍କୃତି, ସଂସ୍କାର,ଓ ପର‌ମ୍ପରା ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଅନୁପମା ପ୍ରଧାନ ଓ ସମ୍ମାନୀୟ ଅତିଥି ଭାବରେ ସୁଧିର ସାହୁ ଓ ରମଣୀ ରଞ୍ଜନ ବିଶ୍ବାଲ ଯୋଗଦାନ କରି ସଂସ୍କୃତ ଭାଷାତତ୍ତ୍ୱ ଓ ବ୍ୟାକରଣ ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁରେଶ ଚନ୍ଦ୍ର ଦାଶ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ଧନୀ ରାମ ସାହୁ,ବିହାରୀ ନାଏକ, ପୂର୍ଣ୍ଣାନନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଭୁବନେଶ୍ଵର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

error: Content is protected !!