ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୟାସାଗର ସାହୁଙ୍କ ସଂଯୋଜନାରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଅଛି । ଏହି ଅବସରର ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ବିମଳ ପାଣଗ୍ରାହୀ ଏବଂ ଶିକ୍ଷୟିତ୍ରୀ ଶ୍ରୀମତି ବିଜୟା ପ୍ରଧାନ ସଂସ୍କୁତ ଭାଷାର ମହନୀୟତା ଏବଂ ଆଧୁନିକ ଯୁଗରେ ମଧ୍ୟ ସଂସ୍କୃତ ଭାଷାର ଆବଶ୍ୟକତା ଓ ଉପାଦେୟତା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବିଦ୍ୟାଳୟର ଛାତ୍ରୀ ଜୟଶ୍ରୀ ନାୟକ,ଶ୍ରଦ୍ଧାରାଣୀ ଦାସ, ଦାମିନୀ ସାହୁଙ୍କ ଦ୍ୱାରା ସଂସ୍କୃତ ଗୀତ ,ନୀତିବାଣୀ, ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ସଂସ୍କୃତ ଭାଷାର ପ୍ରଚାର ପ୍ରସାର ପାଇଁ ସରକାରଙ୍କ ସଂସ୍କୃତ ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ଦୟାସାଗର ସାହୁଙ୍କ ଦ୍ୱାରା ଉଚ୍ଚ ପ୍ରଶଂସା କରାଯାଇଅଛି ।

ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ଶିକ୍ଷୟିତ୍ରୀ ଶ୍ରୀମତି ମାଧୁରୀ ମୁଣ୍ଡା ଓ ଶ୍ରୀମତି ନୀଳାଦ୍ରି ବାଗ ପ୍ରମୁଖ ଦାୟିତ୍ୱ ନେବା ସହିତ ଏହି କାଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟର ଶିକ୍ଷକ ଝସକେତନ ମେହେର , ସୁଦାମ ଦାସ ଡୋଳାମଣି ଦୀପ,ଜୟପ୍ରକାଶ ରଣା, ରାଜକୁମାର ସାହୁ ,ଏବଂ ଶିକ୍ଷୟିତ୍ରୀ ମମତା ନାଗ,କସ୍ତୁରୀ ଭୋଇ, ପଦ୍ମାବତୀ ରଣା , ମାଧବୀ ନାୟକ, ଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସଂସ୍କୃତ ସପ୍ତାହ ପାଳନୋତ୍ସବରେ ଜୟତୁ ସଂସ୍କୃତମ୍…… ଜୟତୁ ଭରତମ୍….. ଧ୍ଵନିରେ ପ୍ରତିଧ୍ଵନିତ୍ଵ କରିବା ସହିତ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।



