Saturday, March 7, 2026
Homeରାଜ୍ୟସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲିରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

ପାଇକମାଲ-ପାଇକମାଲ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲି ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦୟାସାଗର ସାହୁଙ୍କ ସଂଯୋଜନାରେ ଆର୍ନ୍ତଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରର ଯୋଗ ଶିକ୍ଷକ ଭାବେ ବିନ୍ଧ୍ୟ ବାସିନୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ରାଜେନ୍ଦ୍ର ସାହୁ ଯୋଗାଭ୍ୟାସ କରିବା ସହିତ ଯୋଗର ମହତ୍ତ୍ଵ ଏବଂ ଯୋଗ କରିବାର ଉପାଦେୟତା ବିସ୍ତୃତ ଭାବେ ଆଲୋଚନା କରିଥିଲେ।

ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରଜତ ମିଶ୍ର ଏବଂ ରାଜକୁମାର ସାହୁ ପ୍ରମୁଖ ଦାୟିତ୍ୱ ନେବା ସହିତ ଏହି କାଯ୍ୟକ୍ରମକୁ ସଫଳ କରିବା ପାଇଁ ବିଦ୍ୟାଳୟର ଶିକ୍ଷକ ବିମଳ ପାଣିଗ୍ରାହୀ, ଡୋଳାମଣି ଦୀପ, ଜୟପ୍ରକାଶ ରଣା, ଝସକେତନ ମେହେର, ରାଜକୁମାର ସାହୁ ,ସୁଦାମ ଦାସ ଏବଂ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ, କସ୍ତୁରୀ ଭୋଇ, ମମତା ନାଗ, ପଦ୍ମାବତୀ ରଣା, ମାଧୁରୀ ମୁଣ୍ଡା, ନିଳାଦ୍ରୀ ବାଗ, ମାଧବୀ ନାୟକ, ଲତା ସାହୁ ପ୍ରମୁଖ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯୋଗାଭ୍ୟାସ କରିବା ସହିତ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ।

error: Content is protected !!