Wednesday, November 27, 2024
spot_imgspot_imgspot_img
Homeରାଜ୍ୟସମ୍ବଲପୁରୀ - କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ପାଇଁ ଲୋକସଭାରେ ସରକାରଙ୍କ ଦୃଷ୍ଟି...

ସମ୍ବଲପୁରୀ – କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ ପାଇଁ ଲୋକସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ ବରଗଡ ସାଂସଦ ।

ବରଗଡ-ଲୋକସଭାରେ ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଦ୍ବିତୀୟ ଦିନରେ ସମ୍ବଲପୁରୀ – କୋଶଳି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ସହ ଓଡିଶା ସରକାରଙ୍କ ସରକାରୀ ଭାଷାର ମାନ୍ଯତା ଦେବାପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିୟମ ୩୭୭ ର ଅଧି ସୂଚନା ଅନୁଯାଇ ଲୋକସଭାରେ ସାଂସଦ ଶ୍ରୀ ପୁରୋହିତ ଏହି ପ୍ରସଙ୍ଗ ଉଠାଇ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ଜିଲ୍ଲାରୁ ୩୦ଟି ରୁ ୧୧ଟି ଜିଲ୍ଲାର ଲୋକେ କୋଶଳି – ସମ୍ବଲପୁରୀ ଭାଷା କହନ୍ତି । ଏହା ଏକ ପ୍ରାଚୀନ ଭାଷା ସହ ଏହି ଭାଷାରେ ରାମାୟଣ,ମହାଭାରତ ଏବଂ ଭଗବତ ଗୀତା ଭଲି ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁବାଦିତ ହୋଇ ସାରିଛି ।

ସମ୍ବଲପୁରୀ – କୋଶଳି ଭାଷା ପଶ୍ଚିମ ଓଡିଶାର ପ୍ରାଥମିକ ଭାଷା ଅଟେ ବୋଲି ଶ୍ରୀ ପୁରୋହିତ ଉଲ୍ଲେଖ କରି ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ସହ ଏହି ଭାଷାକୁ ଓଡିଶା ସରକାରଙ୍କ ସରକାରୀ ଭାଷାରେ ମାନ୍ଯତା ଦେବାକୁ ଦାବୀ କରିଛନ୍ତି ।

error: Content is protected !!