ପାଇକମାଳ – ପାଇକମାଳ ବ୍ଳକ ମାଣ୍ଡୋସିଲ ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନର ଶେଷ ବର୍ଷର ଛାତ୍ରୀ ସୀମା ବିଶ୍ବାସ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି। ସେ ଟପର ତାଲିକା ୧୦ ନମ୍ବରରେ ଅଛନ୍ତି। ସେ ଛିନ୍ଦେଇକେଲା ଗାଁର ସମୀର ବିଶ୍ବାସ ଓ ଲତିକା ବିଶ୍ବାସଙ୍କ ଝିଅ ଅଟନ୍ତି। ସେ ଜଣେ ପିଲାବେଳୁ ମେଧାବୀ ଛାତ୍ରୀ ଅଟନ୍ତି। ତାଙ୍କ ସଫଳତାରେ ପିତାମାତା , କଲେଜର ଅଧ୍ୟାପକ, ଅଧ୍ୟାପିକାଙ୍କୁ ଶ୍ରେୟ ଦେଇଛନ୍ତି । ତାଙ୍କ ସଫଳତାରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି।

