Saturday, November 23, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିସମ୍ବର୍ଦ୍ଧିତ ହେଲେ କୃତି ଛାତ୍ରଛାତ୍ରୀ: ଉଚ୍ଚ ଶିକ୍ଷିତ ହୋଇ ପ୍ରତିଭାବାନ ବ୍ଯକ୍ତି ହେବା ପାଇଁ ଉପଦେଶ...

ସମ୍ବର୍ଦ୍ଧିତ ହେଲେ କୃତି ଛାତ୍ରଛାତ୍ରୀ: ଉଚ୍ଚ ଶିକ୍ଷିତ ହୋଇ ପ୍ରତିଭାବାନ ବ୍ଯକ୍ତି ହେବା ପାଇଁ ଉପଦେଶ ଦେଲେ ଅତିଥି ।

ପଦ୍ମପୁର- ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ଠାରେ ଶିକ୍ଷାବର୍ଷ ୨୦୨୩-୨୪ ମାଟ୍ରିକ ପରୀକ୍ଷାରେ A1 ପାଇଥିବା ମିତ୍ରାବରୁଣ ଦାଶ,ନମ୍ରତା ମଗର ଓ ପଲକ୍ ପାଠୀ ସମେତ ମେଧା ଓ ଭାରତୀକୃଷ୍ଣ ଗଣିତ ପ୍ରତୀଭା ପରୀକ୍ଷାରେ ଓଡ଼ିଶାର ଶ୍ରେଷ୍ଠ ଦଶମ ସ୍ଥାନ ମଧ୍ୟରେ ଥିବା ସପ୍ତମ ଶ୍ରେଣୀ ପ୍ରଜ୍ଞାଶ୍ରୀ ପ୍ରଧାନ, ଶୋଭିତ ସାହୁ, ଓ ପଞ୍ଚମ ଶ୍ରେଣୀ ଶ୍ରଦ୍ଧାମୟୀ ସାହୁ ,ସ୍ୱାଗତ ସାହୁ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଏହି ଅବସରରେ ଶିକ୍ଷା ବିକାଶ ସମିତି ବିଦ୍ୱତ୍ ପରିଷଦ ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ଓ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରିବାର ଅଛି ତାହେଲେ ନିଜର ସୁଖ ସ୍ୱାଛନ୍ଦକୁ ଛାଡି ବିଦ୍ୟା ଅଧ୍ୟୟନରେ ବ୍ରତୀ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ବିଶ୍ୱହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସଭାପତି ଶ୍ରୀ ଭକ୍ତ ଚରଣ ସାହୁ ଶ୍ରଦ୍ଧା ବିନା ଜ୍ଞାନ ଆହରଣ ଅସମ୍ଭବ ତଥା ତୁମେ ଯାହା ବି ହୁଅ ଦେଶପାଇଁ ହୁଅ ଏହି ବାର୍ତ୍ତା ଦେଇଥିଲେ ।

ସମ୍ମାନିତ ଅତିଥି ଭାବରେ ସଭାପତି ଶ୍ରୀ ପୃଥିରାଜ ସାହୁ, ସମ୍ପାଦକ ଶ୍ରୀ ଜନକଲାଲ ମେହେର, ସଂକୁଳ ପ୍ରମୁଖ ଶ୍ରୀ ଦ୍ୱାଦଶ କୁମାର ପଧାନ, ଉପସଭାପତି ଗୋପାଳ କୃଷ୍ଣ ମିଶ୍ର, ସଦସ୍ୟ ଆଶିଷ କୁମାର ମିଶ୍ର ପ୍ରମୁଖ ମଞ୍ଚାସୀନ ହୋଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଚୈତନ୍ୟ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ଥିବା ବେଳେ । କଲ୍ୟାଣୀ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଉକ୍ତ ସଭାରେ ଅଭିଭାବକ, ଅଭିଭାବିକା ଓ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

error: Content is protected !!