Saturday, November 23, 2024
spot_imgspot_imgspot_img
Homeରାଜ୍ୟସମାଜସେବୀ ସ୍ଵର୍ଗତ ଯଶଦେବ ସିଂଙ୍କ ସ୍ମୃତି ଉଦେଶ୍ୟରେ ବୃକ୍ଷ ରୋପଣ ପ୍ରଦାନ।

ସମାଜସେବୀ ସ୍ଵର୍ଗତ ଯଶଦେବ ସିଂଙ୍କ ସ୍ମୃତି ଉଦେଶ୍ୟରେ ବୃକ୍ଷ ରୋପଣ ପ୍ରଦାନ।

ପାଇକମାଲ-ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ଅନ୍ୟତମ ଅନ୍ୟତମ ଆନ୍ଦୋଳନ କର୍ମୀ ତଥା ଅଞ୍ଚଳର ଜଣାଶୁଣା ବିଶିଷ୍ଠ ସମାଜସେବୀ ପୁରେନା ଗ୍ରାମର ଯଶଦେବ ସିଂଙ୍କ ୬୫ ବର୍ଷ ବୟସରେ ପରଲୋକରେ ଆଜି ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ସେ ଜଣେ ଧର୍ମପରାୟଣ ପରପୋକାରୀ ବ୍ୟକ୍ତିତ୍ଵ ଭାବେ ଅଞ୍ଚଳରେ ପରିଗଣିତ ଥିଲେ। ଅନେକ ଥର ଗ୍ରାମର ୱାର୍ଡମେମ୍ବର ରୂପେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ବରତୁଣ୍ଡା ପଞ୍ଚାୟତରୁ ଅର୍ଥରାଶି ମଞ୍ଜୁର କରାଇ ଗ୍ରାମରେ ଅନେକ ଜନହିତକର କାର୍ଯ୍ୟ କରିବାରେ ସଫଳତା ହାସଲ କରିଥିଲେ।

ଗ୍ରାମର ଜଗନ୍ନାଥ ମନ୍ଦିର ନିର୍ମାଣରେ ମଧ୍ୟ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଗାଁରେ ଥିବା ସ୍କୁଲ,ଅଙ୍ଗନୱାଡ଼ି,ଗ୍ରାମ ଦେବଦେବୀ ପୂଜା ପାର୍ବଣରେ ପ୍ରମୁଖ ଭୂମିକା ନିର୍ବାହ କରି ବେଶ ସାମାଜିକ କାର୍ଯ୍ୟକର୍ତ୍ତା କରି ଛୋଟରୁ ବଡ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଥିଲେ,ଯାହାକି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଥିଲା। ସେ ଇସ୍କନ ଧର୍ମରେ ପ୍ରଭୁ ହରେ କୃଷ୍ଣ ହରେ ରାମ ମହାନ ଆଦର୍ଶ ଭକ୍ତରେ ଅଭିହିତ ହୋଇଥିଲେ।ସେ କାର୍ତ୍ତିକ ମାସ ଆସିଲେ ଏକାକୀ ଭୋର୍ ସମୟରୁ ମହାମନ୍ତ୍ର ହରେକୃଷ୍ଣ ହରେ ରାମ ଗାନ କରି ଗିନି ଖଞ୍ଜଣି ବଜାଇ ଗ୍ରାମ ପରିକ୍ରମା କରି ସମସ୍ତ ମଧ୍ୟରେ ଧାର୍ମିକ ଭାବନା ସୃଷ୍ଟି କରୁଥିଲେ।

କିନ୍ତୁ ଏ ବର୍ଷ ସେ ସବୁ ଦେଖିବାକୁ ମିଲି ନ ଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ ହେଁ ତାଙ୍କ ସ୍ବାସ୍ଥ୍ୟ ରେ ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଗନ୍ଧମାର୍ଦନ ସୁରକ୍ଷା ଯୁବ ପରିଷଦ ଦ୍ଵାରା ପରିବେଶ ସୁରକ୍ଷା ପାଇଁ ହୋଇଥିବା “ଗନ୍ଧମାର୍ଦନ ବଞ୍ଚାଓ-ବାଳକୋ ହଟାଓ “ଆନ୍ଦୋଳନ ପାଇଁ ମଧ୍ୟ ସେ ପ୍ରମୁଖ ଭୂମିକା ନିଭାଇ ଥିଲେ। ଗତ୧୨ ତାରିଖରେ ତାଙ୍କ ପରଲୋକ ହୋଇଥିଲା। ଅନ୍ତିମ ସଂସ୍କାରରେ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ।

ଆଜି ତାଙ୍କ ଶ୍ରାଦ୍ଧ କାର୍ଯ୍ୟ ଅବସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯୋଧନ ପୁଟା,ପୂର୍ବତନ ଆବାହକ ତଥା ସାମ୍ବାଦିକ ଶ୍ରୀ ଧିରେନ୍ ମହାନ୍ତି,ନାରୀନେତ୍ରୀ କୌଶଲ୍ୟା ଧରୁଆ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଶ୍ଵନାଥ ବାଗ, ପୂର୍ବତନ ସମିତି ସଭ୍ୟ ବେଣୁଧର ସାହୁ, ରୁକ୍ମଣ ଧରୁଆ ପ୍ରମୁଖ ପହଞ୍ଚି ଶୋକ ସନ୍ତପ ପରିବାର ବର୍ଗଙ୍କୁ ସ୍ଵନ୍ତନା ଦେବା ସହ ସ୍ଵର୍ଗତ ଯଶଦେବ ସିଂଙ୍କ ଶୃତି ଉଦ୍ଦେଶ୍ୟରେ ଏକ ଅର୍ଜୁନ ବୃକ୍ଷ ରୋପଣ କରିବା ପାଇଁ ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ।

error: Content is protected !!