Saturday, March 7, 2026
Homeରାଜ୍ୟସମସ୍ୟା ଘେରରେ ବୁଗୁଡ଼ା ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ।

ସମସ୍ୟା ଘେରରେ ବୁଗୁଡ଼ା ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ବୁଗୁଡା ବ୍ଳକ ଓ ଏନ.ଏ.ସି.ର ପଶୁ ଓ ପକ୍ଷୀଙ୍କ ଚିକିତ୍ସା ପାଇଁ ବୁଗୁଡ଼ାରେ ଅବସ୍ଥିତ ଏକମାତ୍ର ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ବିଭିନ୍ନ ସମସ୍ୟା ଘେରରେ ପରିଚାଳିତ ହେଉଅଛି। ବୁଗୁଡାରେ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଳୟ ପାଇଁ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ଅଳ୍ପ କିଛି କାର୍ଯ୍ୟ ହୋଇନଥିବା ଯୋଗୁଁ ତାହା ପ୍ରାୟ ଏକ ବର୍ଷ ହେଲା କାର୍ଯ୍ୟ ନହୋଇ ବିଭାଗକୁ ହସ୍ତାନ୍ତର ହେଉନାହିଁ।

ନୂତନ କୋଠା ତୁରନ୍ତ ବିଭାଗକୁ ହସ୍ତାନ୍ତର ହେବା ଜରୁରୀ ଅଟେ, ଯେହେତୁ ବର୍ତ୍ତମାନ ଅତି ପୁରୁଣା କୋଠାରେ କାର୍ଯ୍ୟ ଚାଲୁଅଛି। ଏଥିସହ ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସକଙ୍କ ପାଇଁ ଥିବା ବହୁ ପୁରୁଣା କୋଠା ରହିବା ପାଇଁ ଉପଯୁକ୍ତ ନଥିବା ବେଳେ ଡାକ୍ତରଙ୍କ ରହିବା ପାଇଁ ନୂତନ କୋଠା ନିର୍ମାଣ ବା ପୁରୁଣା କୋଠାକୁ ମରାମତି କରିବା ଆବଶ୍ୟକତା ରହିଅଛି।

ବୁଗୁଡା ବ୍ଳକରେ ପୂର୍ବରୁ ଆଠ ଗୋଟି ପ୍ରାଣୀଧନ ଉପକେନ୍ଦ୍ର ଥିବା ବେଳେ ଆଉ ଦୁଇଟି ଉପକେନ୍ଦ୍ର ମଞ୍ଜୁରୀ ହୋଇ ୧୦ ଗୋଟି ଉପକେନ୍ଦ୍ର ବୁଗୁଡା ବ୍ଳକରେ ଥିବା ବେଳେ ୭ ଜଣ ପ୍ରାଣୀଧନ ନିରୀକ୍ଷକ ଅଛନ୍ତି। ଆହୁରି ତିନିଜଣ ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି ପଡ଼ିଛି। ଏହି ୧୦ ଗୋଟି ଉପକେନ୍ଦ୍ର ମଧ୍ୟରୁ ମାଣିତରା, ପାଙ୍ଗିଡି, ଚିରିକିପଡା ଓ ଗୌଡ଼ିଆବୋରଦା ଉପକେନ୍ଦ୍ରର ନିଜସ୍ବ କୋଠା ନାହିଁ।

error: Content is protected !!