ସୋହେଲା-ସୋହେଲା ବ୍ଲକ ଅନ୍ତର୍ଗତ ଗର୍ଭଣା ପଞ୍ଚାୟତ ଡୁମ୍ବେରପାଲି ଗ୍ରାମ ଭାଗବତ ମଣ୍ଡପ ଠାରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଜନ୍ମ ଦିବସ ପାଲିତ ହୋଇ ଯାଇଛି । ଭାଗବତ ପରିଷଦ ଡୁମ୍ବେରପାଲି ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଗୌନ୍ତିଆ ଦୟାନନ୍ଦ ସାହୁ ସଭାପତିତ୍ବ କରିଥିଲେ । ମୁଖ୍ଯ ଅତିଥି ଭାବରେ ବରିଷ୍ଠ ସାହିତ୍ୟିକ ଡ ସୁବାସ ମେହେର, ସମ୍ମାନୀତ ଅତିଥି ଭାବେ ଗୌର ଚରଣ ପଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରସିକ ସାହୁ, ଅସିତ ସ୍ବାଇଁ, ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ । ସଭା ପ୍ରାରମ୍ଭରେ ଭାଗବତ ପୂଜା ସହ ଗୋଟିଏ ଅଧ୍ଯାୟ ପାରାୟଣ କରା ଯାଇଥିଲା ।
![](https://jagrataprahari.com/wp-content/uploads/2024/11/IMG-20241105-WA0259-1024x512.jpg)
ଏହାପରେ ଉପସ୍ଥିତ ଅତିଥି ମାନଙ୍କ ସହ ଭାଗବତ ପରିଷଦର ସଦସ୍ଯ, ଗ୍ରାମବାସୀ ଶ୍ରୀ ସାହୁଙ୍କ ପଦଧୌତ କରି ଉପଢୌକନ, ଫୁଳମାଳା ଦେଇ ଜନ୍ମ ଦିନ ଶୁଭେଚ୍ଛା ଜଣାଇଥିଲେ । ଭାଗବତ ସେବା ପରିଷଦ ତରଫରୁ ନାରାୟଣ ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଲେ ବନମାଲୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ କେଦାରନାଥ ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଚନ୍ଦ୍ର ସାହୁ, ଗୋକୁଳଚନ୍ଦ୍ର ସାହୁ, ବେଦବ୍ଯାସ ବିଶ୍ବାଳ, ସୁଶିଳ ସାହୁ, ପ୍ରସନ୍ନ ସାହୁ, ନବରଥ ସାହୁ, ଅନୀଲ ପଧାନ, ଧର୍ମାନନ୍ଦ ବାରିକ, ସମ୍ପଦ ସାହୁଙ୍କ ସହ ବହୁ ଭାଗବତ ପ୍ରେମୀ ପ୍ରମୁଖ ଉପସ୍ଥିତ ଥିଲେ ।
![](https://jagrataprahari.com/wp-content/uploads/2024/10/Rahaul-3x5-copy-1024x614.jpg)
![](https://jagrataprahari.com/wp-content/uploads/2024/12/20241211_222518-1024x695.jpg)