Sunday, November 24, 2024
spot_imgspot_imgspot_img
Homeରାଜନୀତିସବୁଜ ହୀରା ହେଉଛି ଆମ ଅଞ୍ଚଳର ଅର୍ଥନୈତିକ ମେରୁଦଣ୍ଡ : ରାଜ୍ଯ ସରକାର ଏହାର...

ସବୁଜ ହୀରା ହେଉଛି ଆମ ଅଞ୍ଚଳର ଅର୍ଥନୈତିକ ମେରୁଦଣ୍ଡ : ରାଜ୍ଯ ସରକାର ଏହାର ଉନ୍ନତି ପାଇଁ ଅନେକ ଯୋଜନା କରୁଛନ୍ତି- ବର୍ଷା ସିଂ ବରିହା।

ପଦ୍ମପୁର -” ମୁଁ ଜଣେ ଆଦିବାସୀ ଝିଅ । କେରମେଲାବାହାଲ ଗ୍ରାମରେ ମୋର ଜନ୍ମ । ମୁଁ ଜାଣିଛି ଆମ ଅଞ୍ଚଳ ର ମାଁ ଭଉଣୀ ମନେ ଭୋର ରୁ କେନ୍ଦୁପାତ୍ର ସଂଗ୍ରହ କରିବା କୁ ଯାଇ ପ୍ରାୟ ଦିପହର ବାର ଟାରେ ଘରକୁ ଫେରି ନିଜର ଘର କାମ କରି , ପତ୍ର ବାନ୍ଧି ଫଡ଼ିକୁ ନେଇଥାନ୍ତି । ମୁଁ ଜାଣିଛି ସେମାନେ କେତେ କଷ୍ଟ କରନ୍ତି। । ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ମାଧ୍ୟମ ରେ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କୁ ବିଗତ ଦିନ ମାନଙ୍କରେ ଅନେକ ପ୍ରକାର ସୁବିଧା ପ୍ରଦାନ କରି ଆସୁଛନ୍ତି । ପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ଦେୟ ବୃଦ୍ଧି ଠାରୁ ଆରମ୍ଭ କରି ଝିଅ ବାହାଘର ପର୍ଯନ୍ତ ସବୁ କାମ ପାଇଁ ମାନ୍ୟବାର ମୁଖ୍ୟମନ୍ତ୍ରୀ ଙ୍କର ନେତୃତ୍ୱରେ ରାଜ୍ୟ ସରକାର ସହାୟତା ପ୍ରଦାନ କରି ଆସୁଛନ୍ତି ହେଲେ , କେନ୍ଦ୍ର ସରକାର ହୀରା ଉପରେ କମ ଓ କେନ୍ଦୁପତ୍ର ଉପରେ ଅଧିକ ଜିଏସଟି ଲାଗୁ କରି ହୀରା ବ୍ୟବସାୟୀ ମାନଙ୍କ ରିହାତି ଓ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମାନଙ୍କ ଉପରେ ଜୁଳୁମ କରି ଆସୁଛନ୍ତି ।

ଏହା ସହିତ ଦେଶର ହାତ ଗଣତି କିଛି ବଡ ବଡ ବ୍ୟବସାୟୀ ମାନଙ୍କର ଲକ୍ଷ ଲକ୍ଷ କୋଟି ଟଙ୍କା ର ଋଣ କେନ୍ଦ୍ର ସରକାର ଛାଡ଼ କରି ସାରିଥିବା ବେଳେ , ଗରିବ ଓ ସାଧାରଣ ଚାଷୀ ମାନଙ୍କ କୋଣସି ଋଣ ଛାଡ କରି ନାହିଁ । ” ଆଜି ଧୂମାଭଟା ଠାରେ ଆୟୋଜିତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀ ମହାସଂଘର ପଦ୍ମପୁର ଡିଭିଜନ ସ୍ତରୀୟ ବୈଠକରେ ଯୋଗ ଦେଇ ବିରୋଧୀ ଙ୍କୁ ଟାର୍ଗେଟ କରିଥିଲେ ବର୍ଷା । ପ୍ରାପ୍ତ ସୁଚନା ଅନୁସାରେ ଧୂମାଭଟା ଗ୍ରାମରେ ଆଜି କେଦୁପତ୍ର ତୋଳାଳୀ ଓ କର୍ମଚାରୀ ମହାସଂଘ ପଦ୍ମପୁର ଡିଭିଜନର ଏକ ସମ୍ମିଳନୀ ଆୟୋଜିତ କରାଯାଇଥିଲା।

ଏହି ସମ୍ମିଳନୀ ରେ ମହାସଂଘ ର ରାଜ୍ୟ ସଭାପତି ଶ୍ରୀ ପ୍ରତାପ ମହାନ୍ତି , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ , ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଶ୍ରୀ ରାଜୁ ଘିବେଲା , ବିଜୁ ଜନତା ଦଳର ସଂଯୋଜକ ଶ୍ରୀ ମୌସମ ମିଶ୍ର , ଶ୍ରୀ ହୃଦାନନ୍ଦ ବାରିକ , ଶ୍ରୀ ଟାଇଲ ଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦାନ କରି ନିଜର ନିଜର ବକ୍ତବ୍ୟ ରଖିଥିବା ବେଳେ , ବିଧାୟିକା ବର୍ଷା ସିଂ ବାରିହାଙ୍କ ତଥ୍ୟ ଭିତ୍ତିକ ଅଭିଭାଷଣ ଉପସ୍ଥିତ ଲୋକଙ୍କୁ ବହୁତ ପସନ୍ଦ ହୋଇଥିଲା । ନିର୍ବାଚନ ସମୟ ହୋଇଥିବା କାରଣରୁ ବିଗତ ଦିନରେ କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ , ଅଂଚଳରେ ହୋଇଥିବା ମାରାଥନ ବିକାଶ କାମକୁ ଦେଖି ପୁଣି ଥରେ ବିଜୁ ଜନତା ଦଳ , ମାନ୍ୟବାର ମୁଖ୍ୟମନ୍ତ୍ରୀ , ତାଙ୍କୁ ଓ ସଂସଦ ପ୍ରାର୍ଥୀନୀ ଶ୍ରୀମତୀ ପରିଣିତା ମିଶ୍ରଙ୍କୁ ଭୋଟ ଦେଇ ଆଶୀର୍ବାଦ ପ୍ରଦାନ କରିବା ପାଇଁ ନିଜ ଅଭିଭାଷଣରେ କହିଥିଲେ ବର୍ଷା ।

error: Content is protected !!