ସମ୍ବଲପୁର – ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ଦେଶ ବ୍ୟାପି ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ରେ ବର୍ତ୍ତମାନ ପ୍ରଥମେ ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ସ୍ତରରେ ପ୍ରସ୍ତୁତି ବୈଠକ ମାନ ଆୟୋଜନ ହେଉଛି । ଆସନ୍ତା ସେପ୍ଟେମ୍ବର ପହିଲା ରୁ ମିସକଲ ଜରିଆରେ ସଦସ୍ୟତା ଗ୍ରହଣ କରିବାର ପ୍ରକ୍ରିୟା ଆରମ୍ଭ ହବ । ପ୍ରସ୍ତୁତି ବୈଠକ ଗୁଡିକରେ ବିଜେପି ଦଳ ର ନୀତି, ଆଦର୍ଶ, ଲକ୍ଷ ଓ ବିଜେପି ସରକାର ଙ୍କ ଜନକଲ୍ୟାଣକାରୀ ଯୋଜନା କୁ ନେଇ ସାଧାରଣ ଲୋକଙ୍କୁ ଦଳ ସହିତ ଯୋଡିବା ପାଇଁ କର୍ମୀ ଓ ପଦାଧିକାରୀ ଙ୍କୁ ସୂଚିତ କରାଯାଉଛି । ସଦସ୍ୟା ଅଭିଯାନ ଫଳରେ ଦଳ କୁ ଆହୁରି ସୁଦୃଢ, ସକ୍ରିୟ ଓ ମଜଭୁତ କରିବା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ରେ ନିଜର ସହାଭାଗିତା ପାଇଁ ଏହି ସଦସ୍ୟତା ଅଭିଯାନ ର ମୂଳ ଲକ୍ଷ ।
ଏହି ମର୍ମ ରେ ଆଜି ସମ୍ବଲପୁର ଜିଲ୍ଲା ବିଜେପି ର ବୁର୍ଲା ମଣ୍ଡଳ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ବେହେରା ଙ୍କ ସଭାପତିତ୍ୱ ରେ ହୋଇଥିବା ଏହି ବୈଠକ କୁ ମଣ୍ଡଳ ସମ୍ପାଦକ ଆକାଶ ଆଚାର୍ଯ୍ୟ ପରିଚାଳନା କରିଥିଲେ । ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସମୀର ରଞ୍ଜନ ବାବୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଲେ ଜିଲ୍ଲା ଉପସଭାପତି ପ୍ରସନ୍ନ ସାହୁ କର୍ମୀ ଙ୍କୁ ସଦସ୍ୟତା ଅଭିଯାନ ର ଆକାର, ପ୍ରକାର, ଲକ୍ଷ, ଉଦ୍ଦେଶ୍ୟ ସମ୍ପର୍କ ରେ ବୁଝେଇଥିଲେ । ଆଜିର ବୈଠକ ରେ ବୁର୍ଲା ମଣ୍ଡଳର ସଦସ୍ୟତା ଅଭିଯାନ ର ସଂଯୋଜକ ଭାବେ ଅଶୋକ ସାହୁ ଏବଂ ସହ ସଂଯୋଜକ ଭାବେ ସଞ୍ଜୀବ ବର୍ମା ଓ ଉମେଶ ବଳ ଙ୍କୁ ଦାୟିତ୍ୱ ଦିଆଯାଇଛି । ବୈଠକ ରେ ରମେଶ ଆଚାର୍ଯ୍ୟ ପ୍ୟାରୀ ପୂଜାରୀ ଚନ୍ଦ୍ରା ବତୀ ନାୟକ ପ୍ରମୁଖ ମଞ୍ଚାସିନ୍ନ ଥିଲେ ।