Sunday, March 8, 2026
Homeରାଜ୍ୟସଡ଼କ ସୁରକ୍ଷା ସପ୍ତାହ ପ୍ରତିଯୋଗିତାରେ ଯେନିଥ ସ୍କୁଲ ଛାତ୍ରଙ୍କ କୃତିତ୍ୱ ।

ସଡ଼କ ସୁରକ୍ଷା ସପ୍ତାହ ପ୍ରତିଯୋଗିତାରେ ଯେନିଥ ସ୍କୁଲ ଛାତ୍ରଙ୍କ କୃତିତ୍ୱ ।

ବରଗଡ-ବରଗଡ ଜିଲ୍ଲା ପରିବହନ ବିଭାଗ ଦ୍ୱାରା ଆୟୋଜିତ ସଡ଼କ ସୁରକ୍ଷା ସପ୍ତାହ ପାଳନ ବିଷୟରେ ଚିତ୍ରାଙ୍କନ ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ପଦ୍ମପୁର ଯେନିଥ ଦ ଲାୟନ୍ସ ଗୁରୁକୁଳର ଛାତ୍ରଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେଥିମଧ୍ୟରୁ ଚିତ୍ରାଙ୍କନ ଜୁନିଅର ଗ୍ରୁପରେ ଅପେକ୍ଷା ବୁଡେକ ଦ୍ବିତୀୟ, ସିନିଅର ଗ୍ରୁପ ଚିତ୍ରାଙ୍କନ ରେ ଶ୍ରେୟାଂଶ ଦାଶ ପ୍ରଥମ ଓ ଜଗଦାନନ୍ଦ ଭୋଇ ଦ୍ବିତୀୟ,ସେହିପରି ସ୍ଲୋଗାନ ପ୍ରତିଯୋଗିତାରେ ନଉସୀନ ଫାତିମା ତୃତୀୟ ସ୍ଥାନ ହାସଲ କରି କୃତିତ୍ୱ ଅର୍ଜନ କରି ଯେନିଥ ସ୍କୁଲର ଗୋୖରବ ଆଣିଥିଲେ ।

୦୧ ରୁ ୩୧ ଜାନୁଆରି ୨୦୨୫ ସଡ଼କ ସୁରକ୍ଷା ଦିବସ ପାଳନର ପ୍ରତ୍ୟେକ ଦିନ ମାନଙ୍କରେ ସ୍କୁଲର ରେଡକ୍ରସ ଚାନ୍ସେଲର ଶ୍ରୀ ଡିଲେଶ୍ଵର ସାହୁଙ୍କ ଉଦ୍ୟମରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ସହାୟତାରେ ଜନ ସାଧାରଣଙ୍କୁ ସଡ଼କ ସୁରକ୍ଷାର ବିଭିନ୍ନ ସ୍ଲୋଗାନ ଦେଇ ଲୋକଙ୍କ ପାଖକୁ ସଚେତନ ବାର୍ତ୍ତା ପହଞ୍ଚାଇ ଏକ ମହତ କାମ କରିଥିବାରୁ ଯେନିଥ ସ୍କୁଲର ପ୍ରିନସିପାଲ ଶ୍ରୀ ମନୋଜ ପଣ୍ଡା ଓ ସ୍କୁଲର ପରିଚାଳନା କମିଟି ସଦସ୍ୟ ମାନଙ୍କୁ ଭୂୟାସୀ ପ୍ରସଂଶା କରିଥିଲେ ।

error: Content is protected !!