Saturday, March 7, 2026
HomeUncategorizedସଂସ୍କୃତ ଭାଷା ସମୃଦ୍ଧ ହେଲେ ପ୍ରାନ୍ତୀୟ ଭାଷାର ବିକଶିତ ହୋଇପାରିବ ।

ସଂସ୍କୃତ ଭାଷା ସମୃଦ୍ଧ ହେଲେ ପ୍ରାନ୍ତୀୟ ଭାଷାର ବିକଶିତ ହୋଇପାରିବ ।

ବରପାଲି-ଓଡିଶା ଆଦର୍ଶ ବିଦ୍ଯାଳୟ ପରିସରରେ ଆୟୋଜିତ ସଂସ୍କୃତ ଦିବସ କାର୍ଯ୍ୟକ୍ରମରେ ଅତିଥି ମାନେ ସଂସ୍କୃତଭାଷା ସମସ୍ତ ଭାଷା ମାନଙ୍କର ଜନନୀ ଅଟେ। ସଂସ୍କୃତଭାଷା ସମୃଦ୍ଧ ହେଲେ ସମସ୍ତ ଭାରତୀୟ ପ୍ରାନ୍ତୀୟ ଭାଷାଗୁଡିକ ଶୁଦ୍ଧ ଓ ବିକଶିତ ହୋଇପାରିବ ବୋଲି ମତ ଦେଇଥିଲେ। ବିଶ୍ଵ ସଂସ୍କୃତ ଦିବସ ସମାରୋହରେ ସଂସ୍କୃତଭାରତୀ ପ୍ରାନ୍ତସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଏବଂ ମୁଖ୍ୟବକ୍ତା ରୂପେ ପଣ୍ଡିତ ଗୋପବନ୍ଧୁ ପୁରୋହିତ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ। ବିଦ୍ଯାଳୟ ଅଧ୍ୟକ୍ଷ ସନ୍ତୋଷ ସାହୁଙ୍କ ସଭାପତିତ୍ବରେ ସଭାକାର୍ଯ୍ଯ ପରିଚିଳିତ ହୋଇଥିଲା।

ସଂସ୍କୃତ ଭାରତୀ ପ୍ରାନ୍ତ ପ୍ରଶିକ୍ଷଣ ପ୍ରମୁଖ ମାନସ ରଞ୍ଜନ ସାହୁ,ଖେମେସରା ଉଚ୍ଚ ବିଦ୍ୟାଳୟ ସଂସ୍କୃତ ଶିକ୍ଷକ ରମେଶ କୁମାର ପଣ୍ଡା, ତୋଷବନ୍ତ ସେଠ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାଶିନ ହୋଇଥିଲେ। ଅତିଥି ମାନେ ସଂସ୍କୃତ ଭାଷାର ମହତ୍ତ୍ୱ ଓ ବିଶେଷତ୍ବ ଉପରେ ଆଲୋଚନା କରିଥିଲେ। ବିଦ୍ଯାଳୟ ସଂସ୍କୃତ ଶିକ୍ଷକ ଈଶ୍ୱର ଚନ୍ଦ୍ର ଗଡତିଆ ସଭା ସଞ୍ଚାଳନ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଏହି ଅବସରରେ ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

error: Content is protected !!