Sunday, November 24, 2024
spot_imgspot_imgspot_img
Homeରାଜ୍ୟସଂଯୁକ୍ତ କୃଷକ ସଂଗଠନ ତାଳାବନ୍ଦ ଧାରଣା, ଭେଡେନ କୃଷକ ସଂଗଠନ ପକ୍ଷରୁ ତହସିଲ ଅଫିସ ଅନିର୍ଦ୍ଧିଷ୍ଟ...

ସଂଯୁକ୍ତ କୃଷକ ସଂଗଠନ ତାଳାବନ୍ଦ ଧାରଣା, ଭେଡେନ କୃଷକ ସଂଗଠନ ପକ୍ଷରୁ ତହସିଲ ଅଫିସ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ବନ୍ଦ ନିଷ୍ପତ୍ତି।

ବରଗଡ-ଜିଲ୍ଲା କୃଷି କାର୍ଯ୍ୟାଳୟରେ ତାଲା ପକାଇ ସଂଯୁକ୍ତ କୃଷକ ସଂଗଠନ ତରଫରୁ ନବମ ଦିନ ହେବ ଧାରଣା ଆନ୍ଦୋଳନ ଚାଲିଛି। ଓଡିଶା ରାଜ୍ୟ କୃଷକ ସଂଗଠନ ଅତାବିରା ନେତୃତ୍ୱ  ନେଇଥିବା ବେଳେ ପ୍ରଶାସନିକ ନୀରବତା ଆନ୍ଦୋଳନ ର ବିଭିନ୍ନ ମୋଡ ନେଇଛି। ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଲାଗି ଜିଲ୍ଲା କୃଷି ଅଫିସ ଥିଲେ ମଧ୍ୟ ନିର୍ବାଚନୀକ ବ୍ୟସ୍ତତା ଯୋଗୁଁ ଆନ୍ଦୋଳନ ସ୍ଥଳ କୁ ଜିଲ୍ଲାପାଳ ଆଶି ପାରୁ ନାହିଁନ୍ତି ମାନେ କରି ଓଡିଶା ରାଜ୍ୟ କୃଷକ ସଂଗଠନ ନେତୃ ମଣ୍ଡଳୀ ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇବା ପାଇଁ କାର୍ଯ୍ୟାଳୟ କୁ ଯାଇଥିଲେ। ସେଠାରେ ଆନ୍ଦୋଳନ ପ୍ରସଙ୍ଗ ରେ ଜିଲ୍ଲାପାଳ ଙ୍କ ସହିତ ବିସ୍ତୃତ ଭାବେ ମେଗ ଜୋମ ଜନିତ ଫସଲ ବୀମା ଏବଂ ଇନପୁଟ ସବସିଟି ସମସ୍ୟା ଆଲୋଚନା କରିଥିଲେ। ଜିଲ୍ଲାପାଳ ତିନି ଦିନ ମଧ୍ୟରେ ଫସଲ ବୀମା ଟଙ୍କା କ୍ଷତିଗ୍ରସ୍ତ ଚାଷୀ ମାନେ ପାଇବେ ବୋଲି କହିଛନ୍ତି। ହେଲେ କୃଷକ ସଂଗଠନ କର୍ମୀ ମାନେ ବିଶ୍ୱାସ ନ କରି ଆନ୍ଦୋଳନ ଜାରି ରଖିବାକୁ କହି ଚାଲିଆସିଥିଲେ ଏବଂ ଧାରଣା ବଲବତ ଚଳାଇଥିବା ବେଳେ ଭେଡେନ ବ୍ଲକ କୃଷକ ସଂଗଠନ ଭେଡେନ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଜରୁରୀ ବୈଠକ ଡକାଯାଇଥିଲା। ବୈଠକ ରେ ଉକ୍ତ ପ୍ରସଙ୍ଗ ବିସ୍ତୃତ ଭାବେ ଆଲୋଚନା ହେଲା। ସଭାରେ କର୍ମୀମାନେ କୃଷକ ମାନଙ୍କୁ କାହିଁକି ଧର୍ଯ୍ୟ ର ପରୀକ୍ଷା ନେଉଛନ୍ତି ବୋଲି ଶାସନ ପ୍ରଶାସନ କୁ କଟୁ ସମାଲୋଚନା କରିଥିଲେ । ନିର୍ବାଚନ ବର୍ଷ ହୋଇ ମଧ୍ୟ ଚାଷୀ ମାନଙ୍କୁ ଚାଷୀର କ୍ଷୟକ୍ଷତି ଠିକ ଭାବେ ଆକଳନ କରିନାହିଁ କିମ୍ବା କ୍ଷତିପୂରଣ ଦେଉନାହାନ୍ତି ଏଣୁ ଅନ୍ୟ ବର୍ଷ ମାନଙ୍କରେ ଚାଷୀ କ୍ଷତିପୂରଣ ପାଇବା ବିଶ୍ୱାସ ଉଠିଯାଉଛି ବୋଲି ସଭାରେ ମତାପ୍ରକାଶ ପାଇଥିଲା। ପରେ ସର୍ବସମତା କ୍ରମେ ଭେଡେନ ତହସିଲ ଅଫିସ ଅନିର୍ଦ୍ଧିଷ୍ଟ କଲା ପାଇଁ ତାଲା ଦେଇ ଆନ୍ଦୋଳନ କରିବା ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ ରେ ଉତ୍ପନ୍ନ ଭୋଇ, ସୁଦାମ ପାତ୍ର,ନରେନ୍ଦ୍ର ଭୋଇ, ରାଜେଶ ପାଢ଼ୀ, ରାଜ ବେହେରା, ନନ୍ଦିଘୋଷ ମିଶ୍ର, ଆନନ୍ଦ ସୁନା, ଭରତ ପଧାନ, ପ୍ରକାଶ ପଧାନ, ନିର୍ମଳ ପଧାନ, ବିଶ୍ୱଜିତ ହୋତା, ସୁଶୀଲ ଧରୁଆ, ରବି ଦାସ, ସତ୍ୟନାରାୟଣ ଦେହେରୀ ଉପସ୍ଥିତ ଥିବା ବେଳେ ବରଗଡ଼ ତାଲା ବନ୍ଦ ଆନ୍ଦୋଳନ ରେ ରମେଶ ମହାପାତ୍ର, ବିରେନ କର, ବୁଦ୍ଧଦେବ ନନ୍ଦ, ଭୁବନ ପଧାନ, ଅମୁଲ୍ୟ ସ୍ୱାଇଁ, ଉତ୍ତର ପଧାନ, କଳିଆ ପଧାନ, ନାରାୟଣ ସାହୁ, କେଶବ ସାହୁ, କେ. ସଂକୃତି, ସୁରେନ ସ୍ୱାଇଁ, ଭୁଜ ସାହୁ, ଟିକେଲାଲ ମିଶ୍ର, ଅସ୍ପିନି ତ୍ରିପାଠୀ, ରମଣୀ ହୋତା, ଦଶରଥ ଭୋଇ, ପ୍ରଦୀପ ସାହୁ, ଭରତ ମଳିକ, ଦେବେନ ପଧାନ ସାମିଲ ହୋଇଥିଲେ।

error: Content is protected !!