ବରପାଲି-ସଂକୁଳ ସ୍ତରୀୟ ବାର୍ଷିକ କ୍ରିଡାତ୍ସବ ସତଲମା ଶିଶୁଵିଦ୍ୟାମନ୍ଦିର ଆନୁକୂଲ୍ୟରେ ସ୍ଥାନୀୟ ଖେଳ ପଡିଆ ରେ ଆୟୋଜିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବନବସ ପଧାନ ଙ୍କ ସଭାପତିତ୍ୱ ରେ ଉତ୍ସବ ପରିଚାଳିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଅତିଥି ଭାବରେ ସତଲମା ଗ୍ରାମ ପଂଚାୟତ ର ସରପଞ୍ଚ କଳ୍ପନା ନାଏକ, ଜ଼ିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ସାହୁ, ସମିତି ସଭ୍ୟା ଶାନ୍ତିଲତା ନାଏକ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପେକ୍ସ ସଭାପତି କୁନାଲ ଭୋଇ ଯୋଗଦାନ କରିଥିଲେ l

ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ବିବେକାନନ୍ଦ ପଧାନ କରିଥିବା ବେଳେ ସମ୍ପାଦକ ଦୁଷ୍ମନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉଦଯାପନୀ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବରେ ବରଗଡ ସଂକୁଳ ପ୍ରମୁଖ ରସାନନ୍ଦ ଥପା, ସମ୍ମାନିତ ଅତିଥି ଭାବରେ ଦିନେଶ ସାହୁ, କ୍ଷୀରଜ ସାହୁ, ପିଣ୍ଟୁ ବାରିକ, ଯୋଗଦାନ କରିଥିଲେ l ପରିଶେଷରେ ଅନିଲ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସଂକୁଳରେ ମୋଟ ୧୦ ଟି ବିଦ୍ୟାଳୟ ର ୨୩୦ ଜଣ ଅଂଶ ଗ୍ରହଣ କରିଥିଲେ l

