ଅତାବିରା(ସୁରେନ୍ଦ୍ର କଠାର)-ବରଗଡ଼ ଜିଲ୍ଲା ଅତାବିରା ଏନ.ଏ.ସି ଅନ୍ତର୍ଗତ ଲାଦେରପାଲି ଦେବୀ ମାଁ ରଣେଶ୍ୱର ରାମଚଣ୍ଡୀଙ୍କ ପୀଠରେ ସମ୍ବଲପୁରୀ ରାମଚଣ୍ଡୀ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଅତାବିରା ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନଙ୍କ ଦ୍ଵାରା ଦୀର୍ଘ ୫ ବର୍ଷରୁ ପ୍ରକାଶିତ ହୋଇଆସୁଥିବା ଶ୍ରୀ ଶ୍ରୀ ମାଁ ରଣେଶ୍ୱର ରାମଚଣ୍ଡୀ କ୍ୟାଲେଣ୍ଡରର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଯାଇଛି। ଦେବୀ ମାଁ ରାମଚଣ୍ଡୀଙ୍କୁ ପ୍ରଥମେ ଅର୍ପଣ କରିବା ପରେ ଏହି କେଲେଣ୍ଡର ଉନ୍ମୋଚନ କରାଯାଇଥିଲା।
ଏହି ଅବସରରେ ରାମଚଣ୍ଡୀ ମନ୍ଦିରର ବିଶିଷ୍ଟ ସମାଜସେବୀ ତଥା ସଂଗଠକ ଶ୍ରୀ ଦିବାକର ପ୍ରଧାନ, ରାମଚଣ୍ଡୀ ମନ୍ଦିର ପୂଜକ ଡମ୍ବରୁ , ସମାଜସେବୀ ତଥା ସଂଗଠକ ଶ୍ରୀ ସୁବାଷ ପ୍ରଧାନ, ସୁରେନ୍ଦ୍ର ସ୍ବାଇଁ, ହେମକାନ୍ତ ପ୍ରଧାନ,କୈଲାସ ପ୍ରଧାନ, ଦଶରଥ ଭୋଇ, ଲେଲିନ ପଧାନ,ସଦାନନ୍ଦ ପ୍ରଧାନ, ଦୁର୍ଲ୍ଲଭ ଗଡତିଆ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିବର୍ଷ ନିସ୍ୱଖର୍ଚ୍ଚରେ ଏହି କ୍ୟାଲେଣ୍ଡରକୁ ପ୍ରକାଶିତ କରିଆସୁଥିବା ଶ୍ରୀ ସୁବାଷ ପ୍ରଧାନ କହନ୍ତି ମାଁ ରାମଚଣ୍ଡୀ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଚାର ପ୍ରସାର ପାଇଁ ଏହି କାମ ବେଶ ଉତ୍ସାହ ସହକାରେ କରିଆସୁଛି।
ଜାନୁଆରୀ ଇଂରାଜୀ ନବବର୍ଷ ଠୁ ଆରମ୍ଭ କରି ଡିସେମ୍ବର ବର୍ଷ ଶେଷ ପର୍ଯ୍ୟନ୍ତ ବିଭିନ୍ନ ପର୍ବପର୍ବାଣି ,ଜାନିଯାତରା,ତିଥି,ବାର,ଦିବସ ଏଥିରେ ସମ୍ବଲପୁରୀ (କୋସଲି) ଭାଷାରେ ଖୁବ୍ ଚିତ୍ତାକର୍ଷକ ଭାବେ ସ୍ଥାନ ପାଇଥାଏ। ଆମ ମାଁ ମାଟିର ଆଞ୍ଚଳିକ ଭାଷାରେ ପ୍ରକାଶିତ ହୋଇଆସୁଥିବା ଏହି କ୍ୟାଲେଣ୍ଡରକୁ ସମସ୍ତ ଜନସାଧାରଣଙ୍କ ସମେତ ଆମ କୁଲିତା ଜାତିଭାଇ ମାନେ ଖଣ୍ଡେ ଖଣ୍ଡେ କିଣି ରଖିଲେ ଆହୁରି ଭଲ ହୁଅନ୍ତା ବୋଲି ସେ କହନ୍ତି। ମାଁ ରାମଚଣ୍ଡୀ ଙ୍କ ଆଶିର୍ବାଦରୁ ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରିଛି ବୋଲି ସେ କହିଥାନ୍ତି।