Saturday, March 7, 2026
Homeରାଜନୀତିଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଯୋଗଦେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର...

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଯୋଗଦେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ ।

ପଦ୍ମପୁର-ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ବିଜାଢୋଲ ଗ୍ରାମରେ ଚାଲିଥିବା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଟଙ୍କଧର ସାହୁ ଯୋଗଦେଇ ଆଶୀର୍ବାଦ କାମନା କରିଥିଲେ । ଏହା ସହ ନାମଯଜ୍ଞରେ ଯୋଗଦାନ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ । ତାଙ୍କ ସହିତ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସତ୍ୟ ଭୂଷଣ ସାହୁ, ଝାରବନ୍ଧ ବ୍ଲକ କଂଗ୍ରେସ ସଭାପତି ମୁଜାଫର ହୁସେନ, ଯୁବ ସଭାପତି ବିକାଶ ବହିଦାର, ବରିଷ୍ଠ କଂଗ୍ରେସ ନେତା ହେମନ୍ତ ରାୟ, ଲକ୍ଷ୍ମଣ ସଗର,ପ୍ରଶାନ୍ତ ସାହୁ, ଲିପୁ ରାଉତରାୟ,ମୁକେଶ ରାଓ, ଆଶିଷ ବନଛୋର ସହିତ ବହୁ ସଂଖ୍ଯାରେ କଂଗ୍ରେସ କର୍ମୀ ଓ ମହାପ୍ରଭୁଙ୍କ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ନାମଯଜ୍ଞରେ ଯୋଗଦାନ ଅଞ୍ଚଳ ବାସୀଙ୍କ ମଙ୍ଗଳ କାମନା କରିଥିଲେ ।

error: Content is protected !!