Saturday, March 7, 2026
Homeଖେଳଶ୍ରୀ ବଳଦେବସ୍ବାମୀ ହ୍ଯାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ଶ୍ରୀ ବଳଦେବସ୍ବାମୀ ହ୍ଯାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ।

ବୁଗୁଡ଼ା(ସୋରେନ କୁମାର ପ୍ରଧାନ)-ସ୍ଥାନୀୟ ପ୍ରାଣୀଧନ ଚିକିତ୍ସାଳୟ ପରିସରରେ ଆୟୋଜିତ ଶ୍ରୀ ବଳଦେବସ୍ବାମୀ ହ୍ଯାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଉଦଘାଟନ କରିଥିବା ବେଳେ ଏଥିରେ ୧୨ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲ୍ ମ୍ୟାଚରେ ବୁଗୁଡାର ମା ମଳିଝୋଳା ଦଳ କବିସୂର୍ଯ୍ୟନଗର ଦଳକୁ ୩-୨ ସେଟରେ ପରାସ୍ତ କରି ଚମ୍ପିଆନ୍ ହୋଇଥିଲା ବେଳେ ଟିପନ୍ ନାୟକ ରେଫେରି ଏବଂ ମିଲନ ଗୌଡ, ପ୍ରଣବ ଦଳେଇ, ଦିପକ ସାହୁ ପ୍ରମୁଖ ଲାଇନ୍ସ ମ୍ଯାନ୍ ଦାୟିତ୍ବ ନିର୍ବାହ କରିଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେଦାର ନାଥ ମହାରଣା, ସମ୍ମାନିତ ଅତିଥି ଭାବେ କୃଷ୍ଣଚନ୍ଦ୍ର ମହାପାତ୍ର, ଯଜ୍ଞ ନାରାୟଣ ପାତ୍ର ଓ ପ୍ରକାଶ ମହାରଥା ପ୍ରମୁଖ ଯୋଗ ଦେଇ ବିଜେତା ବୁଗୁଡା ଦଳକୁ ଓ୍ବିନର ଟ୍ରଫି ଏବଂ ଉପବିଜେତା କବିସୂର୍ଯ୍ୟନଗର ଦଳକୁ ରନର୍ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟକୁ କାହ୍ନୁଚରଣ ମହାନ୍ତି, ରାମ ଡାକୁଆ, ଗୁଲସନ ସାହୁ, ମଳୟ ଦଳେଇ, ଦେବାଶିଷ ସାହୁ ଓ ସୁନିଲ୍ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

error: Content is protected !!