ବର୍ଷେ ପରେ ମଧ୍ୟ ଶ୍ରମିକଙ୍କୁ ମିଳିନି ପାରିଶ୍ରମିକ । ବନ ବିଭାଗ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନ ମିଳିଲେ ରେଞ୍ଜ ଅଫିସ ସମ୍ମୁଖରେ ଧାରଣ ଦେବାକୁ ଚେତାବନୀ।
ପଦ୍ମପୁର-ବରଗଡ଼ ଜିଲ୍ଲା ଅଧିନସ୍ଥ ନୃସିଂହନାଥ ଫରେଷ୍ଟ ରେଞ୍ଜ ବୋଡାସମ୍ବର ସେକସନ ମାଝୀ ପାଲି ବିଟ୍ ଗନ୍ଧମାର୍ଦନ ପାହାଡ଼ ପାଦଦେଶରେ ଥିବା ରସମୁଣ୍ଡା ନିକଟ ରେ ଏସଏମପିଜି ଓ ଏଏନଆର ରେ ଗତ ୨୦୨୩ ଆର୍ଥିକ ବର୍ଷରେ ହୋଇଥିବା ବୃକ୍ଷ ରୋପଣ କାମ ର ଏକ ବର୍ଷ ଉର୍ଦ୍ଧ୍ବ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ କର୍ମରତ ଥିବା ଶ୍ରମିକ ମାନଙ୍କ ଦୈନିକ ମଞ୍ଜୁରୀ ପାଇନଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି।
ଏହି କାମରେ ଆଖପାଖ ଗାଁ ରୁ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ଶ୍ରମିକ ନିୟୋଜିତ ହୋଇଥିଲେ । ଅନ୍ୟ ପକ୍ଷରେ ଏହି କାମ ପାଇଁ ମଞ୍ଜୁର ହୋଇଥିବା ଟଙ୍କା ନୃସିଂହନାଥ ବନ ବିଭାଗ ଓ ଉପରିସ୍ଥ ଅଧିକାରୀ ମାନେ ମିଶି ଟଙ୍କା ଆତ୍ମସାତ କରିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଶ୍ରମିକମାନେ ତାଙ୍କ ପାରିଶ୍ରମିକ ପାଇବା ପାଇଁ ବନସ୍ପତି ବନ ପ୍ରକଳ୍ପ ର ସଭାପତି ବାଜୁବନ ନାୟକ ବନବିଭାଗ ଅଧିକାରୀ ମାନଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ଆଗାମୀ ୧୫ ଦିନ ମଧ୍ୟରେ ପାରିଶ୍ରମିକ ନ ମିଳିଲେ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରେଞ୍ଜ କାର୍ଯ୍ୟଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଶ୍ରମିକ ମାନେ ଚେତାବନୀ ଦେଇଛନ୍ତି ।