Saturday, March 7, 2026
Homeଅଘଟଣଶ୍ରମିକ ହୋଇ ଯାଇଥିଲେ ଶବ ହୋଇ ଫେରିଲେ ।

ଶ୍ରମିକ ହୋଇ ଯାଇଥିଲେ ଶବ ହୋଇ ଫେରିଲେ ।

ବୌଦ୍ଧ-କେରଳ ଭାଡ଼ କୁମୁରୀ ଠାରେ ଆତ୍ମହତ୍ୟା କରି ମ୍ରୁତ୍ୟ ବରଣ କରିଥିବା ହରଭଙ୍ଗା ବ୍ଲକ ସମ୍ବଲପୁର ଗ୍ରାମର ଶ୍ରମିକଙ୍କ ମୃତଦେହକୁ ପରିବାରକୁ ହସ୍ତାନ୍ତର କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ । ସୂଚନା ଅନୁଯାୟୀ ସମ୍ବଲପୁର ଗ୍ରାମର ଅନିଲ ନାଏକ କେରଳର ଇଡ଼ୁକି ଜିଲ୍ଲାର ଏକ ପ୍ଲାଏ ଉଡ କମ୍ପାନୀରେ କାମ କରୁଥିବା ବେଳେ ଚଳିତ ମାସ ୨ ତାରିଖ ଦିନ ଆତ୍ମହତ୍ୟା କରିଥିଲେ । ଅନିଲଙ୍କ ମୃତଦେହକୁ ଘରକୁ ଆଣିବା ପାଇଁ ପରିବାର ପକ୍ଷରୁ ପ୍ରଶାସନକୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ ତତ୍ୱାବଧାନରେ ବୁଧବାର ଦିନ କୋଚି ବିମାନ ବନ୍ଦରରୁ ଭୁବନେଶ୍ବର ବିମାନ ବନ୍ଦର ଯାଏଁ ଉଡ଼ାଜାହାଜରେ ଅଣାଜିବା ପରେ ସେଠାରୁ ମହାଯାତ୍ରା ରଥରେ ସମ୍ବଲପୁର ଗ୍ରାମକୁ ଆଣି ପରିବାରକୁ ହସ୍ତାନ୍ତର କରା ଯାଇଥିବା ଜିଲ୍ଲା ଶ୍ରମ ଅଧିକାରୀ କନ୍ୟା କୁମାରୀ ସାହୁ ସୂଚନା ଦେଇଛନ୍ତି ।

error: Content is protected !!