Sunday, March 8, 2026
Homeରାଜ୍ୟଶୁଖିଲା ସହରରେ ଶୋସିଲା ମଣିଷ !

ଶୁଖିଲା ସହରରେ ଶୋସିଲା ମଣିଷ !

ପଦ୍ମପୁରରେ ଅସମ୍ଭାଳ ଜଳକଷ୍ଟ।

ବିଭାଗୀୟ ଅଧିକାରୀ ଠାରୁ ଜନପ୍ରତିନିଧି ପର୍ଯ୍ୟନ୍ତ ସମସ୍ତେ ଚୁପ ।

ପଦ୍ମପୁର-ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ସମସ୍ତ ନଗରବାସୀଙ୍କୁ ଅତିଷ୍ଠ କରୁଛି। ସମୟ ବିଶେଷରେ ଜନପ୍ରତିନିଧିମାନେ ସହରର ସ୍ଥାୟୀ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଆଶ୍ୱାସନା ଦେଉଥିବା ବେଳେ ଠିକ ସମୟରେ ଜଳ ସଙ୍କଟ ଆସିଲେ,ସେମାନେ ଅସହାୟ ଅବସ୍ଥାରେ ରହୁଛନ୍ତି। ଅଙ୍ଗ ନଦୀ ଠାରୁ ସହରକୁ ପାନୀୟ ଜଳ ଯୋଗାଣ ପାଇଁ ପ୍ରକଳ୍ପ କରାଯାଇଛି। ତାହା ସାମୟିକ ଭାବରେ କାର୍ଯ୍ୟକାରୀ ହୁଏ।

କିନ୍ତୁ ଚଳିତ ବର୍ଷ ସମସ୍ୟା ଅବର୍ଣ୍ଣନୀୟ ହେବ। ଅଙ୍ଗ ନଦୀରେ ଜଳ ଧାରା ସଂପୂର୍ଣ୍ଣ ବନ୍ଦ ରହିଛି।ନଦୀ ଗର୍ଭ ଶୁଖିଲା ପଡିଛି। ଜାନୁଆରୀରୁ ଜଳ ସମସ୍ୟା ଗୁରୁତର ହେଲାଣି। ପାଣି ଧାର ଶୁଖି ଯିବାରୁ ଅଙ୍ଗ ନଦୀରୁ ଜଳ ଯୋଗାଣ ବନ୍ଦ ହୋଇଗଲାଣି ।ପ୍ରଚଣ୍ଡ ଗ୍ରୀଷ୍ମରେ ସହରର ଅବସ୍ଥା ଗୁରୁତର ହେବ। ସହରବାସୀ ନାହିଁ ନ ଥିବା କଷ୍ଟ ଭୋଗିବା ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟ ବର୍ଷ ଅଙ୍ଗ ନଦୀ ନାଗେନଦର୍ହା ଠାରୁ ଜଳ ଯୋଗାଣ କରାଯାଇ ସାମାନ୍ୟ ଜଳ କଷ୍ଟ ପ୍ରଶମିତ ହେଉଥିଲା।କିନ୍ତୁ ଚଳିତ ବର୍ଷ ଆଶା କ୍ଷୀଣ ଦେଖା ଯାଉଛି।ବେଳ ଥିବା ପୂର୍ବରୁ କୌଣସି ବ୍ୟବସ୍ଥା ନ କଲେ ସହରବାସୀ ଜଳ କଷ୍ଟକୁ ପ୍ରତିହତ କରିବା ମୁସ୍କିଲ ହେବ।ବାଧ୍ୟ ହୋଇ ବିକଳ୍ପ ସ୍ୱରୂପ ଆନ୍ଦୋଳନାତ୍ମକ ପଦକ୍ଷେପ ନେବେ।

error: Content is protected !!