Saturday, April 19, 2025
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଶିଶୁ ବିଦ୍ୟାମନ୍ଦିରରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ।

ଶିଶୁ ବିଦ୍ୟାମନ୍ଦିରରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଅନୁଷ୍ଠିତ।

ବରପାଲି :ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚର୍ତୁ ଦିବସିୟ ଭାବରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଆୟୋଜିତ ହୋଇଯାଇଛି। ଶିକ୍ଷା ବିକାଶ ସମିତି ଓଡିଶା ପଶ୍ଚିମ ସମ୍ଭାଗ ଅର୍ନ୍ତଗତ ମାଧ୍ୟମିକ ବିଭାଗର ୨୦୫ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟାଙ୍କୁ ନେଇ କାର୍ଯ୍ୟଶାଳା ଉଦଘାଟିତ ହୋଇଥିଲା।

ଉତ୍ସବରେମୁଖ୍ୟଅତିଥି ଭାବରେ ରତ୍ନ କୁମାର ଭୋଇ ସହକାରୀ ଶିକ୍ଷାଧିକାରୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ରୂପେ ଡ.ପ୍ରଦୀପ କୁମାର ସାହୁ ପ୍ରାକ୍ତନଃ ଅଧ୍ୟକ୍ଷପଶ୍ଚିମ ସମ୍ଭାଗ। ସମ୍ଭାଗ ସଂଯୋଜକ ଜ୍ୟୋତି ରଂଜନ ମିଶ୍ର ଉଦ୍ଦେଶ୍ୟ ଉପସ୍ଥାପନା କରିଥିବା ବେଳେପ୍ରଧାନଆଚାର୍ଯ୍ୟ ନିରଂଜନ ହୋତା ପରିଚୟ ପ୍ରଦାନ କରିଥିଲେ ।

ସମ୍ମାନିତ ଅତିଥି ଭାବରେ ଡା.ଶଙ୍କର୍ଷଣ ମେହେର ମାର୍ଗଦର୍ଶନ ପ୍ରଦାନ କରିଥିବା ବେଳେ ସମ୍ପାଦକ ରାଜେଶ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଆଚାର୍ଯ୍ଯ ଧର୍ମେନ୍ଦ୍ର ପୂଜାରୀଙ୍କ ସଂଯୋଜନାରେ ସଭାକାର୍ଯ୍ଯ ସଂଚାଳିତ ହୋଇଥିଲା । କାର୍ଯ୍ୟଶାଳାଟି ଆସନ୍ତା ୨୯ତାରିଖ ଉଦଯାପନୀ ହେଉଥିବା ସମୟରେ ୨୦୫ ଜଣ ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସାମିଲ ହୋଇଛନ୍ତି।

error: Content is protected !!