Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିଶିଶୁ ବିଦ୍ଯାମନ୍ଦିରରେ ସ୍ବଭାବକବିଙ୍କ ଜୟନ୍ତୀ ସହ ରକ୍ଷାବନ୍ଧନ ପାଳିତ।

ଶିଶୁ ବିଦ୍ଯାମନ୍ଦିରରେ ସ୍ବଭାବକବିଙ୍କ ଜୟନ୍ତୀ ସହ ରକ୍ଷାବନ୍ଧନ ପାଳିତ।

ବରପାଲି-ବରପାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସୋମବାର ପୁର୍ବାହ୍ନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡକ୍ଟର ଶୁକମୁନି ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବଭାବ କବିଙ୍କ ରଚିତ କାବ୍ୟ ସମୂହର ନିଗୂଢ଼ ତତ୍ତ୍ଵ ପ୍ରତିଟି ମଣିଷ ପାଇଁ ଅମୃତ ତୁଲ୍ୟ ବୋଲି ବକ୍ତବ୍ୟ ରଖିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନିରଂଜନ ହୋତା ଅତିଥି ପରିଚୟ ସହିତ ରକ୍ଷାବନ୍ଧନ ପର୍ବର ମହତ୍ତ୍ୱ ଓ ଗଙ୍ଗାଧରୀୟ ଦୃଷ୍ଟି କୋଣ ମଧୁମୟ ବିଶ୍ବ ବିଷୟରେ ଉଦବୋଧନ ଦେଇଥିଲେ। ବିଦ୍ୟାମନ୍ଦିର ଶୈକ୍ଷିକ ପ୍ରମୁଖ ଶ୍ରୀ ଧର୍ମେନ୍ଦ୍ର ପୂଜାରୀ ସଭା ସଂଯୋଜନା କରିଥିବା ବେଳେ ଶ୍ରୀମତୀ ବାସନ୍ତୀ ଭୋଇ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂଗୀତାଚାର୍ଯ୍ୟ ଶ୍ରୀ ସରୋଜ ଗୁରୁଜୀଙ୍କ ନିର୍ଦ୍ଦେଶନାରେ ଭଉଣୀମାନେ ସ୍ବଭାବ କବିଙ୍କ ରଚିତ ଭକ୍ତି ଗୀତ ସ୍ବାଗତ ସଂଗୀତ ଗାନ କରି ଅବିନଶ୍ବର କବିଙ୍କ ଆତ୍ମା ପ୍ରତି ଲଳିତମୟ ଉଚ୍ଛ୍ବସିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଏବଂ ତୃତୀୟ ଶ୍ରେଣୀରେ ଅଧ୍ୟୟନ କରୁଥିବା ଭାଇ ଅନ୍ବେଷ ଆଦର୍ଶ ଦାଶ ରଙ୍ଗାଜୀବ ଗଙ୍ଗାଧରଙ୍କ ବିଷୟରେ ରସାଣିତ ବକ୍ତୃତା ଦେଇ ସମସ୍ତ ଶ୍ରୋତୃମଣ୍ଡଳୀଙ୍କ ହୃଦୟକୁ ଛୁଇଁ ପାରିଥିଲେ।ପରେ ପରେ ଭାଇମାନଙ୍କ ହାତରେ ଭଉଣୀମାନେ ରକ୍ଷାବନ୍ଧନ କରି ଉତ୍ସବଟିକୁ ମହାଆଡମ୍ବରରେ ପାଳନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ-ଗୁରୁମା ନିଜ ନିଜର ଦାୟିତ୍ଵ ନିର୍ବାହ କରିଥିଲେ ।

error: Content is protected !!