ବରପାଲି-ବରପାଲି ଶିତଳଷଷ୍ଠୀ ଯାତ୍ରାକମିଟି ପକ୍ଷରୁ ଆୟୋଜିତ ମହାନ ୧୪୭ ତମ ଶିବପାର୍ବତୀ ବିବାହତ୍ସୋବର ପ୍ରଥମ ଚରଣ ଆଦ୍ୟପର୍ବ ଥାଳଉଠା ଓ ସଙ୍କଳ୍ପ ବ୍ରତଧାରଣ କାର୍ଯ୍ୟକ୍ରମ ରିତିନିତୀ ମଧ୍ୟରେ ସମାପନ ହୋଇଯାଇଛି । ଶନିବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ଯ ପରମ୍ପରା ଭିତ୍ତିକ ଭାବେ ଯାତ୍ରାକମିଟି ବରପକ୍ଷ କାର୍ଯ୍ଯଭାର ତୁଳାଉଛନ୍ତି। ସେହିପରି ଶିବାଜୀକ୍ଲବ ଭୁଲିଆ ପଡାବାସୀ ହିମାଦ୍ରି ନଗର କନ୍ୟାପକ୍ଷର ପିତୃଆଳୟ ସର୍ବାଙ୍ଗ କାର୍ଯ୍ଯଭାର ନେଇଛନ୍ତି। ଅପରାହ୍ନ ସମୟରେ ସମସ୍ତ ଶୈବ ଭକ୍ତମଣ୍ଡଳି ସ୍ଥାନିୟ ନୃପରାଜ କ୍ଲବ ପରିସରରେ ଏକତ୍ରିତ ହୋଇଥିଲେ। ପରେ ବାଜାଗାଜା ସହ ଦୁହି ପକ୍ଷ ଶୋଭାଯାତ୍ରାରେ ବାହାରି ରାଜଭାଟି , ମିଶ୍ରପଡା ବାଟଦେଇ ବାବା କପିଳେଶ୍ବର ଶିବମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ । ଦେବଦେବ ମହାଦେବ କପିଳେଶ୍ବର ବାବାଙ୍କ ପକ୍ଷରୁ ଯାତ୍ରା କମିଟି ଓ ମାତା ପାର୍ବତୀଙ୍କ ପିତୃଆଳୟରୁ ଆସିଥିବା ଶିବାଜୀ କ୍ଳବ ହିମାଦ୍ରିନଗର ବାସିଙ୍କ ମଧ୍ୟରେ ପ୍ରଥା ଅନୁଶାରେ କପିଳେଶ୍ବର ବାବା ଓ ମାତା ପାର୍ବତୀ ଦେବୀଙ୍କ ସମେତ ପାର୍ଶ୍ବ ଦେବାଦେବୀଙ୍କ ପୂଜାର୍ଚ୍ଚନ କରାଯାଇଥିଲା।
ପୁର୍ବ ପରମ୍ପରା ଭିତ୍ତିକ ଉତ୍ସବର ପାଳନିୟ ସମସ୍ତ ନିତିକାନ୍ତି ସମାପନ ପରେ ଦୂହିକୂଳଙ୍କୁ ନେଇ ଯାତ୍ରାର ଆଦ୍ୟପର୍ବ ଥାଳଉଠା କାର୍ଯ୍ୟକ୍ରମ ସନ୍ଧ୍ୟାରେ ସମ୍ପର୍ଣ୍ଣ ହୋଇଥିଲା। ଏହି ଅବସରରେ ପଣ୍ଡିତ ହେମନ୍ତ ମିଶ୍ରଙ୍କ ଦ୍ବାର ଋଦ୍ରାଭିଷେକ ପର୍ବ ମନ୍ଦିର ପରିସରରେ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ଯାତ୍ରା କମିଟି ସଭାପତି ଆନନ୍ଦ ବାବୁ ପୂଜାକର୍ତ୍ତା ଦାୟିତ୍ବଭାର ବହନ କରିଥିବା ବେଳେ ସଦସ୍ୟ ଶୈବଭକ୍ତ ମାନେ କାର୍ଯ୍ଯକ୍ରମରେ ସାମିଲ ରହିଥିଲେ। ମନ୍ଦିର ପୂଜକ ମାନଙ୍କ ଦ୍ବାର ଦେବନିତୀ ପୂଜାର୍ଜନା କାର୍ଯ୍ୟ ସମାପନ ପରେ ପଣ୍ଡିତଙ୍କ ଦ୍ୱାରା କମିଟୀ ସଦସ୍ଯ, ସଙ୍କଳ୍ପଧାରୀ ଓ କନ୍ୟାପକ୍ଷ ଭକ୍ତ ମଣ୍ଡଳିଙ୍କୁ ସଙ୍କଳ୍ପ ଷଷ୍ଠୀବ୍ରତ ଧାରଣ କରାଯାଇଥିଲା । କନ୍ୟାପକ୍ଷରୁ କନ୍ୟା ପିତା ପରମେଶ୍ବର ମେହେର ଓ ଧର୍ମପତ୍ନୀ ନିର ମେହେରଙ୍କ ସମେତ କନ୍ଯାପକ୍ଷ ନଗରବାସୀ ଓ ଯାତ୍ରା କମିଟି କର୍ମକର୍ତ୍ତା ଭକ୍ତମଣ୍ଡଳି ଦେବାଦେବୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ପରେ ଦୁହି ପକ୍ଷ ପ୍ରଥା ଅନୁଶାରେ ପଣ୍ତିତଙ୍କ ଦ୍ବାରା ସଙ୍କଳ୍ପ ବ୍ରତ ଧାରଣ କରିଥିଲେ। କାର୍ଯ୍ଯକ୍ରମରେ କମିଟି ସଭାପତି ଆନନ୍ଦ ବାବୁ,ସମ୍ପାଦକ ଜୟନ୍ତ ତ୍ରିପାଠୀଙ୍କ ସମେତ ବହୁ ପଣ୍ତିତ,ବରିଷ୍ଠ ସଦସ୍ଯଙ୍କ ସମେତ ଶିବାଜୀ ଙ୍କ୍ଲବ ସଭାପତି ବିଜୁ ମେହେର, ସୁରେନ୍ଦ୍ର ମେହେର, ବିଷ୍ଣୁ ମେହେର, ମହାଦେବ ମେହେର, ଡୁଲା ମେହେର, ହାଡୁ ମେହେର, ରୋହିତ ମେହେର, ଗୋବିନ୍ଦା ମେହେର, ଭାରତ ମେହେର, ଦୀନ ମେହେର, ଶୁଭମ୍ ମେହେର, ବାବଲୁ ମେହେର, ଧର୍ମରାଜ ସିଂ ବରିହା ପ୍ରମୁଖ ଉପସ୍ଥିତ ରହିଥିଲେ ।