ପଦ୍ମପୁର – ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ , ପୁରେନାର ହିନ୍ଦୀ ଶିକ୍ଷକ ଶ୍ରୀ ଲେଖ୍ରୁ ବାରିକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ପ୍ରଧାନଶିକ୍ଷକ ଶ୍ରୀ ପ୍ରମୋଦ ନାଥ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟିର ସଭାପତି ଶ୍ରୀ ଭୁମନ୍ୟୁ ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ଶ୍ରୀ ସଂଜୀବ ବେହେରା, ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଟିକେଲାଲ୍ ସାହୁ,ପରିଚାଳନା କମିଟିର ସଦସ୍ୟ ଶ୍ରୀ ରଣଜିତ ବୁଡେକ, ସ୍କୁଲ ଉନ୍ନୟନ ପରିଷଦର ସଦସ୍ୟ ମୁନା ଖାଁ ଓ ଶ୍ରୀ ଜୟଲାଲ ଗୁରୁ ସମେତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ ବାରିକଙ୍କ ଦୀର୍ଘ ୩୫ ବର୍ଷର ଚାକିରୀ କାଳରେ ସ୍କୁଲ ପ୍ରତି ତାଙ୍କର କର୍ତ୍ତବ୍ୟ ନିଷ୍ଠା ବିଷୟରେ ସମସ୍ତେ ତାଙ୍କର ବକ୍ତବ୍ୟ ରଖିଥିଲେ।ସ୍କୁଲ ତଥା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ପରିଶେଷରେ ଶ୍ରୀ ବାରିକ ତାଙ୍କର ସ୍ମୃତି ସ୍ମାରକୀ ସ୍ୱରୂପ ଏକ ବଉଳ ଚାରା ସ୍କୁଲ ପରିସର ମଧ୍ୟରେ ରୋପଣ କରିଥିଲେ।ପରିଚାଳନା କମିଟିର ସଦସ୍ୟ ଓ ସ୍କୁଲର କର୍ମଚାରୀଗଣ ଶ୍ରୀ ବାରିକଙ୍କୁ ତାଙ୍କ ଘର ପର୍ଯ୍ୟନ୍ତ ପାଛୋଡ଼ି ନେଇଥିଲେ।




