Thursday, December 12, 2024
spot_imgspot_imgspot_img
Homeରାଜ୍ୟଶହେ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭ ଉଦଘାଟିତ।

ଶହେ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭ ଉଦଘାଟିତ।

ବିଜେପୁର-ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଜେପୁର ଠାରେ ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ସୁଶାନ୍ତ ମେହେରଙ୍କ କରକମଳରେ ଶହେ ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନର ଶୁଭ ଉଦଘାଟିତ ହୋଇଯାଇଛି। ଉକ୍ତ ଅଭିଯାନ ନଭେମ୍ବର ୭ ତାରିଖରୁ ମାର୍ଚ୍ଚ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ୬୦ ବର୍ଷ ବା ବୃଦ୍ଧବୃଦ୍ଧା ବ୍ୟକ୍ତି, ଅପପୁଷ୍ଟି ରୋଗରେ ପିଡିତ ବ୍ୟକ୍ତି, ମଧୁମେହ,ଏଚ.ଆଇ.ଭି, ନିଶାଗ୍ରସ୍ତ, ଅତୀତ ବାହାରି ଥିବା ଯକ୍ଷ୍ମା ରୋଗୀ ବା ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଭଳି ବିପଦ ସଂକୁଳ ଜନସଂଖ୍ୟାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଗତ କରାଯିବ।

ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ୧୯ ଗୋଟି ଜିଲ୍ଲାରେ ଅନୁଷ୍ଠିତ ହେବ। ବିପଦ ସଂକୁଳ ଜନସଂଖ୍ୟାରେ ଲୁକ୍କାୟିତ ବା ଅପ ଚିକିତ୍ସିତ ହୋଇଥିବା ଯକ୍ଷ୍ମା ରୋଗୀ କିମ୍ୱା ଲକ୍ଷଣ ଥିବା ହିତାଧିକାରୀଙ୍କ ପରୀକ୍ଷଣ କରି ଅତି ଶିଘ୍ର ଚିକିତ୍ସା ଆରମ୍ଭ କରିବା ଏହାର ମୂଳ ଲକ୍ଷ୍ୟ। ଆଶା ଦିଦି ଘରକୁ ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କ କଫ ପରୀକ୍ଷା,NAAT କିମ୍ବା X-ray ପରୀକ୍ଷା କରିବା ପାଇଁ ପ୍ରେରଣ କରିବେ ଏବଂ ଚିହ୍ନଟ ହୋଇଥିବା ରୋଗୀଙ୍କୁ ବିନା ମୂଲ୍ୟରେ ସଅଳ ଚିକିତ୍ସା କରାଯିବ। ଏଥି ସକାଶେ ଡ. ମେହେର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଆଶା ଦିଦି, ବହୁମୁଖି ସ୍ୱାସ୍ଥ୍ୟ କର୍ମୀ,ସିଏଚଓ ,ଟିବି ଚମ୍ପିୟାନ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଏସ ଟି ଏସ ଦେବାଶିଷ ଦେବତା ମତବ୍ୟକ୍ତ କରିଛନ୍ତି। ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ ଅଞ୍ଚଳରେ ଥିବା ଯକ୍ଷ୍ମା ରୋଗୀଙ୍କ ପୋଷଣ ଉପରେ ଗୁରୁତ୍ବ ଦେଇଥିଲେ।ସମାଜର ବୁଦ୍ଧିଜୀବୀ ତଥା ସମାଜସେବୀଙ୍କୁ ପୋଷଣ ଯୋଜନାରେ ସାମିଲ କରି ଯକ୍ଷ୍ମା ରୋଗୀ ମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରାଯାଇଛି। ଉଦଘାଟନୀ ଉତ୍ସବରେ ବିପିଏମ ବିଜୟ କୁମାର ସରାପ ଯକ୍ଷ୍ମା ମୁକ୍ତ ଗ୍ରାମପଞ୍ଚାୟତ ପାଇଁ ଆହ୍ବାନ କରିଥିଲେ।

ଏ ପରିପ୍ରେକ୍ଷୀରେ ବି.ଏ.ଏମ ବାଲଗୋପାଳ ପଣ୍ଡା,ବିଡିଏମ ନାରାୟଣ ପାଢ଼ୀ, କନିଷ୍ଠ ସହାୟକ ପ୍ରଦୀପ ପାଣିଗ୍ରାହୀ, ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ କବିତାଞ୍ଜଳୀ ଦାଶ,ଏଲ.ଟି ସୁଶ୍ରୀ ବାସନ୍ତୀ ବାରିକ,କୁମର ସାହୁ,ବାବୁଲୁ ପରଡିଆ, ମହିଳା ସ୍ୱାସ୍ଥ୍ୟ କର୍ମୀ ସ୍ମୃତିମୟୀ ପଣ୍ଡା, ରଞ୍ଜିତା ଦାସ, ଫାର୍ମାସିଷ୍ଟ ତାରାଚନ୍ଦ ମେହେର,ଅମିତ କୁମାର ସାହୁ, ଆଶା ଦିଦି,ଟିବି ଚମ୍ପିୟାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଜେପୁର ସେଣ୍ଟର୍ ପକ୍ଷରୁ ଏକ ରାଲି କରି ସଭିଙ୍କର ରଖ ଧ୍ୟାନ…..ଟିବି ମୁକ୍ତ ଭାରତ ଅଭିଯାନ ନାରାରେ ପ୍ରଦର୍ଶନ କରାଯାଉଥିଲା।

error: Content is protected !!