ସମ୍ବଲପୁର ତା.୨୧/୫ – ଆଜି ବୁର୍ଲା ସହର ର ବିଷ୍ଣୁପଡା ର ୬୦ ବର୍ଷ ରୁ ଉର୍ଦ୍ଧ୍ବ କୁନ୍ତଳା ମହାନନ୍ଦ ଙ୍କ ମୃତ୍ୟୁ କୁ ନେଇ ବିଜେଡ଼ି ଯେଉଁ ହୀନ ରାଜନୀତି କରୁଛି ତାହା ବହୁତ ନିନ୍ଦନୀୟ ବୋଲି ବିଜେପି ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଛନ୍ତି । ବୁର୍ଲା ରେ ନିଜ ଘରେ ମୃତ୍ୟୁବରଣ କରିଥିବା ବୃଦ୍ଧା ମହିଳା ଙ୍କ ମୃତ୍ୟୁ କୁ ବିଜେପି ର ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ଓ ବିଜେପି କୁ ବଦନାମ୍ କରିବା ବିଜେଡି ର ହୀନ ମାନସିକତା ର ପରିଚୟ ଦେଉଛି । ମୃତ କୁନ୍ତଲା ଙ୍କ ପାରିବାର ଲୋକେ ନିଜେ କହୁଛନ୍ତି ଯେ ତାଙ୍କ ଦେହ ଅସୁସ୍ଥ ଥିଲା । ତାଙ୍କର ଥାଇରଏଡ ଓ ରକ୍ତହୀନତା ସମସ୍ୟା ଥିଲା । ସେ ନିକଟ ଅତୀତରେ ଚିକିତ୍ସାଳୟ ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ ।
ସକାଳେ ଘରେ ରୋଷେଇ ଓ ଅନ୍ୟାନ୍ୟ ଗୃହ କାର୍ଯ୍ୟ କରୁଥିବା ସମୟରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ଓଲଟି ତାଙ୍କ ପରିବାର ଲୋକେ ଏକ ଘରୋଇ ଟିଭି ଚେନାଲ ର ସିଧାପ୍ରସାରଣ ରେ ଖୋଦ୍ କହିଛନ୍ତି ଯେ ବୁର୍ଲା ର କିଛି ବିଜେଡି କାର୍ଯ୍ୟକର୍ତ୍ତା ଆମ ଘରକୁ ଆସି ଆମକୁ ଏହି ମୃତ୍ୟୁ କୁ ବିଜେପି କାର୍ଯ୍ୟକ୍ରମ ସହିତ ଯୋଡ଼ିବାକୁ କହିଥିଲେ । ଆମ ତାଙ୍କ ପ୍ରସ୍ତାବ ରେ ରାଜି ନ ହେବାରୁ ଆମକୁ ଗାଳିଗୁଲଜ କରି ଠେଲାପେଲା କରିଥିଲେ । ଜାଣେ ଗରୀବ ବୃଦ୍ଧା ମହିଳା ଙ୍କ ମୃତୁ ଭଳି ଏକ ସମ୍ବେଦନଶିଲ ପ୍ରସଙ୍ଗ କୁ ନେଇ ବିଜେଡ଼ି ଏଭଳି ରାଜନୈତିକ ପ୍ରସଙ୍ଗ କରି ବିଜେପି କୁ ବଦନାମ୍ କରିବା ତାଙ୍କ ହାରିବାର ଭୟ କୁ ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ବକ୍ସି କହିଛନ୍ତି ।