Saturday, March 7, 2026
Homeରାଜ୍ୟଶଗଡାରେ ସୁଶାସନ ସପ୍ତାହ ପାଳିତ।

ଶଗଡାରେ ସୁଶାସନ ସପ୍ତାହ ପାଳିତ।

ବାଉଁଶୁଣୀ(ଉମାକାନ୍ତ ମହାକୁଳ)-ନାଗରିକଙ୍କ ନିକଟରେ ସରକାରଙ୍କର ବିଭିନ୍ନ ଯୋଜନାର ସୁଫଳ ପହଞ୍ଚାଇବା ଉଦେଶ୍ୟରେ ସାରା ଦେଶରେ ପାଳନ ହେଉଛି ସୁଶାସନ ସପ୍ତାହ। ସେହିପରି ଚଳିତ ବର୍ଷ ଡିସେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବୌଦ୍ଧ ଜିଲ୍ଲା ସଦର ବ୍ଲକର ଉପାନ୍ତ ଶଗଡା ପଞ୍ଚାୟତରେ ସୁଶାସନ ସପ୍ତାହ ପାଳନ କରାଯାଉଛି। ‘ପ୍ରଶାସନ ଗାଁଓ କି ଓର’ କୁ ସଫଳ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ସର୍ବଦା ଚେଷ୍ଟା କରି ଆସୁଛି। ଏହା ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା କିଭଳି ସମସ୍ତ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେନେଇ ବ୍ୟାପକ ସଚେତନତା କାରାଯାଇଛି। ଏହାସହ ବର୍ତମାନ କେନ୍ଦ୍ର ସରକାର ମନରେଗା ଯୋଜନାର ନାମକୁ ପରିବର୍ତ୍ତନ କରି  ଭିବି-ଜି ରାମ-ଜି’ ନାମରେ ନୂତନ ଯୋଜନା ଲାଗୁ କରାଯାଇଛି।

ଏଣୁ ବ୍ୟାପକ ଜନ ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ସିଡିଓ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ, ଶଗଡା ସରପଞ୍ଚ ସନ୍ଧ୍ୟାରାଣୀ ମହାକୁଡ଼ ଓ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ଅବଗତ କରିଥିଲେ। ଏକଦା ମାଓ ଅଧ୍ୟୁଷିତ ଅଞ୍ଚଳ ଭାବରେ ପରିଚିତ ଶଗଡା ପଞ୍ଚାୟତରେ  ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବା ଫଳରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ଏହାର ସୁପ୍ରଭାବ ପଡିବ ବୋଲି ମତ ପ୍ରକାଶ ପାଇଛି।

error: Content is protected !!