ସମ୍ବଲପୁର – ତାମିଲ ଗୁମାସ୍ତା ଙ୍କ ଦ୍ୱାରା ପ୍ରଭାବିତ ହୋଇ ମୁଖ୍ୟମନ୍ତ୍ରୀ ଙ୍କ ଲୁଙ୍ଗି ପିନ୍ଧା ପ୍ରସଙ୍ଗ କୁ ନେଇ ବିଜେଡି ମୁଖପତ୍ର ଡ଼.ଲେନିନ ମହାନ୍ତି ଇଲାଷ୍ଟିକ ଟାଣିଲା ଭଳି ଟାଣି ପ୍ରସଙ୍ଗ ରେ ସମ୍ବଲପୁରୀ ବୁଣାକାର ଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାର୍ବଜନିକ ସ୍ଥାନ ରେ ଲୁଙ୍ଗି ପିନ୍ଧା କୁ ନେଇ ଟିପ୍ପଣୀ ଦେଇଥିଲେ । ସେଥିରେ ସମ୍ବଲପୁରୀ ବସ୍ତ୍ର ର କୌଣସି ବିଷୟ ହିଁ ନଥିଲା । ଡ଼.ଲେନିନ ଜବରଦସ୍ତି ଏହି ପ୍ରସଙ୍ଗ ରେ ସମ୍ବଲପୁରୀ ବସ୍ତ୍ର ଓ ବୁଣାକାର ଙ୍କୁ ଟାଣୁଛନ୍ତି । ସେ ସମ୍ବଲପୁରୀ ବୁଣାକାର ଙ୍କୁ ନେଇ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସେଥିରେ ସମ୍ବଲପୁରୀ ବସ୍ତ୍ର ର ବୁଣାକାର ଭକୁଆ ବନିବେ ନାହିଁ । କାରଣ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା, ଐତିହ, ଗୀତ, ନାଚ, ସଙ୍ଗୀତ, ବାନ୍ଧକଳା କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦୃଷ୍ଟିକୋଣ କଣ କେମିତି ରହିଛି ତାହା ବାନ୍ଧଶିଳ୍ପୀ ଓ ବୁଣାକାର ଙ୍କୁ ଠିକ ଭାବେ ଜଣା ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯିଏ କି ସର୍ବାଧିକ ସମୟ ସମ୍ବଲପୁରୀ ବସ୍ତ୍ର ପରିଧାନ କରନ୍ତି । ସ୍ୱାଧୀନତା ର ସତୁରି ବର୍ଷ ରେ ସମ୍ବଲପୁରୀ କୁ ଯେତିକି ସମ୍ମାନ ମିଳି ନଥିଲା ମୋଦୀ ସରକାର ର ଦଶ ବର୍ଷରେ ତାହା ଭରପାଇ ହୋଇଚାଲିଛି । ସମ୍ବଲପୁରୀ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷ ଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିବାର ସର୍ବାଧିକ କାର୍ଯ୍ୟ ମୋଦୀ ସରକାର କରିଛନ୍ତି । ସେଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅବଦାନ ଅତୁଳନୀୟ । ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ଆଇ.ଆଇ.ଏମ ର କୋଠା ରେ ସମ୍ବଲପୁରୀ ର ଝଲକ ଓ ଶିକ୍ଷାନୁଷ୍ଠାନ ରେ ରଙ୍ଗବତୀ ଉତ୍କର୍ଷ କେନ୍ଦ୍ର ଖୋଲିବାର ଶ୍ରେୟ ବି ଲୋକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦେଉଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ପଶ୍ଚିମ ଓଡ଼ିଶାରେ କଳା ଓ ହସ୍ତଶିଳ୍ପର ବିକାଶ ଏବଂ ବୁଣାକାର ମାନଙ୍କ ସମୃଦ୍ଧି ଉଦ୍ଦେଶ୍ୟରେ ଆଇଆଇଏମ ସମ୍ବଲପୁରଠାରେ SIDBI ଦ୍ବାରା ୧୦୦ କୋଟି ଟଙ୍କାର ଏକ ବିଶେଷ ଇନକ୍ୟୁବେଟର ସ୍ଥାପନ କରାଯାଇଛି।
ସେ ସମ୍ବଲପୁରୀ ସହିତ ଜଡିତ ବ୍ୟକ୍ତି ବିଶେଷ ହୁଅନ୍ତୁ କି ସମ୍ବଲପୁର ମାଁ ମାଟି ସହିତ ଜଡିତ ବୀରପୁତ୍ର ବରପୁତ୍ର ହୁଅନ୍ତୁ କିମ୍ବା ଅଞ୍ଚଳ ର ବଳିଦାନୀ ମାଟି ର ସ୍ମୃତି ହେଉ ସମ୍ବଲପୁରୀ କୁ ସମ୍ମାନ ଦେବା ଭଳି ଏମିତି ଅନେକ ଐତିହାସିକ ପଦକ୍ଷେପ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାତକୁ ନେଇଛନ୍ତି । ଡ଼.ଲେନିନ ବୋଧେ ଭାବୁଛନ୍ତି ଯେ ସମ୍ବଲପୁରୀ ବୁଣାକାର ଙ୍କ ବିଷୟ ରେ ଏଭଳି ମିଥ୍ୟା ଯୁକ୍ତ ଭାବନାତ୍ମକ ଶବ୍ଦ କିଛି କହିଦେଲେ ସମ୍ବଲପୁରବାସୀ ଭ୍ରମିତ ହେବେ । ଲେନିନ ବାବୁ ଜାଣି ରଖିବା ଉଚିତ ଯେ ସମ୍ବଲପୁରିଆ ମାନେ ଭଦ୍ର, ସରଳ, ନିରୀହ ହୋଇ ପାରନ୍ତି, କିନ୍ତୁ ମୂର୍ଖ କି ଭକୁଆ ନୁହଁନ୍ତି ଯେ ସମ୍ବଲପୁର ଓ ସମ୍ବଲପୁରୀ ବିରୋଧୀ ଙ୍କ ମିଛ କଥା ରେ ଫସିଯିବେ ।