ବରପାଲି-ବରପାଲି ବ୍ଲକ ଲେଣ୍ତା ପଞ୍ଚାୟତ ହାଇସ୍କୁଲ ଖେଳ ପଡିଆ ପରିସରରେ ଆୟୋଜିତ ଲେଣ୍ଡା କ୍ରୀଡ଼ା ସଂସଦ ପକ୍ଷରୁ ପଞ୍ଚମ ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଓଡ଼ିଶାର ଗଣପର୍ବ ନୂଆଁ ଖାଇ ଅବସରରେ ଆୟୋଜିତ ଉଦଯାପନୀ ଫାଇନାଲ ମ୍ୟାଚ ସିକିର୍ଡ଼ି ଓ କଦଳିପାଲି ଦଳ ମଧ୍ଯରେ ହୋଇଥିଲା। କଦଳିପାଲି ଦଳ ୨-୦ ଗୋଲରେ ସର୍ବ ଶ୍ରେଷ୍ଠ ଦଳ ଭାବେ ଘୋଷିତ ହୋଇଥିଲା।ଏହି ଅବସରରେ ସିକିର୍ଡ଼ି ଗ୍ରାମର ଆନ୍ତର୍ଜାତିୟ କ୍ରୀଡାବିତ ହାରାଧନ ଭୋଇଙ୍କୁ ଆମ ଲେଣ୍ଡା ଗ୍ରାମବାସୀ ତଥା କ୍ରୀଡ଼ା ସଂସଦ ତରଫରୁ ସମ୍ମାନିତ କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ବରଗଡ଼ ଜିଲ୍ଲା ଜଣାଶୁଣା ସମାଜ ସେବୀ ଡ଼ ବିକ୍ରମ କେଶରୀ ବାରିକ ଓ ସମ୍ମାନିତ ଅତିଥି ଭାବେ ଲେଣ୍ଡା ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁଜାତା ବେହେରା, ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ସ୍ୱାଇଁ, ଅବସରପ୍ରାପ୍ତ କ୍ରିଡା ଶିକ୍ଷକ ମୁରଲୀ ସାହୁ ଓ ଗ୍ରାମର ଭଦ୍ର ବ୍ୟକ୍ତି ଗଣ ଯୋଗ ଦେଇଥିଲେ । ସୌଭାଗ୍ୟ ରଞ୍ଜନ ବିଶ୍ୱାଳ ଓ ମନବୋଧ ପଧାନଙ୍କ ସଂଯୋଜନାରେ ସଭାକାର୍ଯ୍ୟ ପରିଚାଳିତ ହୋଇଥିବା ବେଳେ ପ୍ରଶାନ୍ତ ଭୋଇ ଧନ୍ୟବାଦ ଅର୍ପଣ ଦେଇଥିଲେ ।

ଗତସପ୍ତ ଦିବସିୟ ଚାଲିଥିବା ନକ୍ଆଉଟ୍ ଫୁଟବଲ୍ ପ୍ରତିଯୋଗିତାରେ ସମସ୍ତ ଖେଳକୁ ଅଫିସିଆଲ୍ ଭାବରେ ଶ୍ରୀନିବାସ ରାଓ,ଅନୁରୋଧ ପଧାନ,ଚିକୁ ବଡ଼ପଣ୍ଡା, ପ୍ରଶାନ୍ତ ବେହେରା ,ସୁଦାମ ପଧାନ,ନରେଶ ପଧାନ ପ୍ରମୋଦ ପଧାନ,ସୁରେଶ ବେହେରା,ରାଜେନ୍ଦ୍ର ଭୋଇ, ଜିତେନ୍ଦ୍ରିୟ ବିଦ୍ୟାଧର, ମନୋଜ କୁମାର ସାହୁ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଓ ରାଧାକାନ୍ତ ନାଏକ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।



