Wednesday, November 27, 2024
spot_imgspot_imgspot_img
Homeକଳା ସାହିତ୍ୟ ସଂସ୍କୃତିଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ଲିଟିଲ ଏଞ୍ଜେଲ୍ସ ପବ୍ଲିକ ସ୍କୁଲ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ।

ବରପାଲି-ବରପାଲି ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ ପରିସରରେ ୨୪ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ବିଜେପୁର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ । ବିଦ୍ଯାଳୟ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ସୁନିତା ମୁଣ୍ଡଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ, ଡୁଙ୍ଗୁରିପାଲି ଅଧ୍ୟକ୍ଷ ଶିଶୁପାଳ କଲେତ,ଉପାଧ୍ୟକ୍ଷ ଶ୍ରୀ ସୁଶିଳ କୁମାର ରଥ ଓ ପ୍ରଶାସନିକ ଅଧିକାରୀ ମିନତି ପ୍ରଧାନ ସମ୍ମାନିତ ଅତିଥି ଭାବେ ମଞ୍ଚାଶିନ ହୋଇଥିଲେ |

ବିଦ୍ୟାଳୟ ଛାତ୍ର ପରିଷଦ ପ୍ରିଫେକ୍ଟ ପ୍ରିୟାଶୁଂରାଜ ମିଶ୍ର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷା ମଧୁସ୍ମିତା ମୁଣ୍ଡ ତାଙ୍କର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ରୀ ଶ୍ରଦ୍ଧା ସୁମନ ଦୀପ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା କେକ୍ କାଟି ବିଦ୍ୟାଳୟର ୨୪ତମ ଜନ୍ମ ଦିବସ ପାଳନ କରାଯାଇଥିଲା । ମୁଖ୍ୟ ଅତିଥି ପିଲାମାନଙ୍କୁ ଉତ୍ତମ ଚରିତ୍ରବାନ ହୋଇ ଭବିଷ୍ୟତ ଗଠନ କରିବା ପାଇଁ ଆହ୍ବାନ ଦେଇଥିଲେ। । ପରିଚାଳନା ନିର୍ଦ୍ଦେଶିକା ଶିକ୍ଷା ଓ ଶିକ୍ଷାୟତନ ସମ୍ପର୍କକୁ ନେଇ ତାର ଦାୟିତ୍ଵବୋଧ ସମ୍ବନ୍ଧରେ ଆଲୋଚନା କରିଥିଲେ । ସୁଶ୍ରୀ ଆଦି ଶ୍ରୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଅଭିନନ୍ଦନ ଉତ୍ସବରେ ଗତବର୍ଷ ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

ମୁଖ୍ୟ ଅତିଥିଙ୍କ ଦ୍ବାରା ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇଥିବା ଅନିକେତ ମୁଣ୍ଡ ଓ ଅଙ୍କିତ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ୯୦ ପ୍ରତିଶତରୁ ତଦୂର୍ଦ୍ଧ୍ଵ ନମ୍ବର ରଖିଥିବା ଓପାଳି ଅପରାଜିତା ନାଗ ,ସାହିଲ କୁମାର ଦାଶ, ଆଶିଷ ମଟାରୀ, ଶିବମ୍ କୁମାର,ସବ୍ୟସାଚୀ ନାୟକ, ବବିତା ପଧାନ, ପୁରୁଷୋତ୍ତମ ପଧାନ, ଅନ୍ବେଷ ସାହୁ ଓ ଶୁଭଙ୍କର ସାହୁଙ୍କୁ ସମ୍ମାନିତ କରିଥିଲେ l ସେହିପରି ଦ୍ଵାଦଶ ଶ୍ରେଣୀ ପରୀକ୍ଷାରେ ପ୍ରଥମ ହୋଇଥିବା ନିବେଦିତା ମାଝୀଙ୍କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା l ଗତ ଶିକ୍ଷାବର୍ଷରେ ବିଦ୍ୟାଳୟରୁ ମେଧାବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ତୃତୀୟ ଶ୍ରେଣୀର ଛାତ୍ର ରାଜବୀର ଅଗ୍ରୱାଲ, ପଞ୍ଚମ ଶ୍ରେଣୀର ବ୍ୟୋମକେଶ ପଧାନ ଓ ସପ୍ତମ ଶ୍ରେଣୀର ରେଶମା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶିକା ଅତିଥିଗଣଙ୍କୁ ସ୍ମାରକ ଉପହାର ପ୍ରଦାନ କରିଥିବା ବେଳେ ଶ୍ରଦ୍ଧା ମିତ୍ତଲ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

ଏହି ଅବସରରେ କ୍ଳବ ଗୁଡିକୁ ନେଇ ଏକ ଜ୍ଞାନ ଭିତ୍ତିକ ପ୍ରଦର୍ଶନୀର ଆୟୋଜନ ମଧ୍ଯ କରାଯାଇଥିଲା। ଏଥିରେ କଳା, ଇକୋ , ବିଜ୍ଞାନ, ଗଣିତ, କୁଇଜ୍‌ ଆଦି ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ହେବା ସହ ୟୁନିଫାଏଡ ଚମ୍ପିୟାନ ସ୍କୁଲ ଓ ଦିବ୍ୟାଙ୍ଗମାନଙ୍କ ମିଳିତ ଉଦ୍ୟମରେ ନେକ୍ସଟ ଟୁ ଅର୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ବେଶ୍ ପ୍ରଶଂସିତ ହୋଇଥିଲା l ବିଚାରକ ଭାବେ କନ୍ଦର୍ପ ପୁଜାହାରୀ ଓ ସୁମନା ଦାଶ ଯୋଗ ଦେଇଥିଲେ l ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ ।

error: Content is protected !!