Saturday, March 7, 2026
Homeରାଜ୍ୟଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତରେ ସ୍ବତନ୍ତ୍ର ଗ୍ରାମସଭା ।

ବୌଦ୍ଧ(ନବକିଶୋର ମେହେର)-ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅଫିସ ପ୍ରାଙ୍ଗଣରେ ସ୍ବତନ୍ତ୍ର ଗ୍ରାମସଭା ସରପଞ୍ଚ ଭାରତୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଆରଏସ ଝୁନୁ ମଲ୍ଲିକ ସ୍ବାଗତ ଭାଷଣ ଦେବା ସହିତ ଜିରାମଜି ସମ୍ପର୍କରେ ବୁଝାଇଥିଲେ। ଏଥିରେ ଅତିଥି ଭାବେ ଏବିଡ଼ିଓ କାହ୍ନୁ ସେନାପତି , ପୂର୍ବତନ ବୌଦ୍ଧ ବ୍ଲକ ଉପାଧ୍ୟକ୍ଷ ମନରଞ୍ଜନ ପୁରୋହିତ, ନାଏବ ସରପଞ୍ଚ ନାରଦ ନାଏକ ଯୋଗଦାନ ସମସ୍ତେ କେମିତି କାମ ପାଇ ପାରିବେ ସେ ନେଇ ସୂଚନା ଦେଇଥିଲେ ।

ଏହି ଯୋଜନାରେ ଠିକ୍ ସମୟରେ ମଜୁରି ପ୍ରଦାନ, ଜଳ ସୁରକ୍ଷା ଏବଂ ସଂରକ୍ଷଣଭିତ୍ତିକ କାର୍ଯ୍ୟ, ଜୀବିକା ବୃଦ୍ଧି ସମ୍ବନ୍ଧୀୟ କାର୍ଯ୍ୟ, ଗ୍ରାମୀଣ ଭିତ୍ତିଭୂମି ବିକାଶ ସମ୍ବନ୍ଧୀୟ କାର୍ଯ୍ୟ, ଜଳବାୟୁ ପରିବର୍ତ୍ତନ ଓ ପ୍ରତିକୂଳ ପାଣିପାଗ ସମାଧାନ ସମ୍ବନ୍ଧୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଆରଏସ ଝୁନୁ ମଲ୍ଲିକ ଧନ୍ୟବାଦ ଦେଇଥିଲେ । ଏହି ସ୍ବତନ୍ତ୍ର ଗ୍ରାମସଭାରେ ସମସ୍ତ ୱାର୍ଡସଭ୍ୟ , ମିଶନ ଶକ୍ତିର ସମସ୍ତ ମହିଳା, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ଏମବିକେ, ସିଆର୍‌ପି ମାନେ ଉପସ୍ଥିତ ଥିଲେ

error: Content is protected !!