Saturday, March 7, 2026
Homeରାଜ୍ୟଲଉଡ଼ିଦର୍ହା ମଣ୍ଡିରେ ଧାନ ଉଠୁନି ଚାଷୀ ହନ୍ତସନ୍ତ : ଧାନ ନ ଉଠିଲେ ଆନ୍ଦୋଳନ ଚେତାବନୀ...

ଲଉଡ଼ିଦର୍ହା ମଣ୍ଡିରେ ଧାନ ଉଠୁନି ଚାଷୀ ହନ୍ତସନ୍ତ : ଧାନ ନ ଉଠିଲେ ଆନ୍ଦୋଳନ ଚେତାବନୀ ।

ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦର୍ହା ସେବା ସମବାୟ ସମିତି ଅଧୀନରେ ରହିଥିବା ଜଗଦଲପୁର, କୁମୀର, ଲଉଡ଼ିଦର୍ହା ଧାନ ମଣ୍ଡିରୁ ଧାନ ଉଠିବାରେ ବିଳମ୍ବ ହେଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ଦେଖା ଦେଇଛି। ଲଉଡ଼ିଦର୍ହାରେ ୨୦୮୯୦ ପ୍ୟାକେଟ ଧାନ ପଡିଛି, ଜଗଦଳପୁର ୨୩୬୯୩, କୁମୀର ୧୬୩୯୮ ପ୍ୟାକେଟ ଧାନ ଖୋଳା ଆକାଶ ତଳେ ପଡିରହିଛି। ସରକାରଙ୍କ ପକ୍ଷରୁ ତୁରନ୍ତ ଧାନ ବିକ୍ରି ବ୍ୟବସ୍ଥା କରାନଗଲେ ଚାଷୀ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ସଂଗଠନ ପକ୍ଷରୁ ନିଷ୍ପତି ନିଆଯାଇଛି।

ମଣ୍ଡିରେ ଧାନ ସଂଗ୍ରହ ର ଏଭଳି ଅଚଳାବସ୍ତା ଯୋଗୁଁ ଅନେକ ଚାଷୀ ଛତିଶଗଡ଼ ଦଲାଲଙ୍କୁ କମ ଦାମ ସହ ସହ ପ୍ୟାକେଟ ଧାନ ବିକ୍ରି କରି ଦେଇଥିବା ଜଣାପଡିଛି। ଛତିଶଗଡ଼ ବ୍ୟପାରୀ ଟ୍ରାକ୍ଟର ଯୋଗେ ଗଳା ବାଟ ଦେଇ ନେଉଛନ୍ତି। ବର୍ତ୍ତମାନ ସ୍ଥିତି ରେ ଅନେକ ଚାଷୀ ଙ୍କ ଟୋକନ ଲେପ୍ସ ଭଳି ସ୍ଥିତି ଉତ୍ପନ୍ନ ହେଉଛି। ଡିସେମ୍ବର ୨୪ ତାରିଖର ଧାନ ମଣ୍ଡିରେ ବର୍ତମାନ ସୁଦ୍ଧା ମଣ୍ଡିରେ ପଡିରହିଛି। ଉକ୍ତ ଧାନକୁ ଚାଷୀ ମଣ୍ଡିରୁ ଉଠାଇ ଆଣିବାକୁ ଚିନ୍ତା ପ୍ରକାଶ କରୁଛି। ବରଗଡ଼ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

error: Content is protected !!