ବରଗଡ଼ – ବର୍ତମାନ ଗ୍ରୀଷ୍ମପ୍ରବାହ ରେ ପ୍ରାୟତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହେଉଛି । ସାଧାରଣତଃ ସାଧାରଣ ବର୍ଗର ରକ୍ତ ପାଇବା ପାଇଁ ମଧ୍ୟ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ୮ ଶହରୁ ଏକ ହଜାର ୟୁନିଟ ରକ୍ତ ଗଛିତ ରଖିବାର କ୍ଷମତା ରଖିଥିବା ବରଗଡ଼ ତଥା ବୁର୍ଲା ଭଳିଆ ବଡ଼ ବଡ଼ ରକ୍ତ ଭଣ୍ଡାରରେ ବର୍ତମାନ ରକ୍ତର ପରିମାଣ ସମୁଦାୟ ୧୦ ୟୁନିଟ ତଳକୁ ଖସି ଆସିଛି । ଏଭଳି ଏକ ସଙ୍କଟ ସମୟରେ ବରଗଡ଼ ସହରରେ ରହିଥିବା ଏକ ଘରୋଇ ଚିକତ୍ସାଲୟରେ ଚିକିତ୍ସିତ ହେଉଥିବା ଜଣେ ପ୍ରସୂତି ମହିଳାଙ୍କ ଏ ନେଗେଟିଭ ( A-VE ) ବର୍ଗର ରକ୍ତର ଆବଶ୍ୟକତା ରହିଥିବା ବେଳେ ପରିବାର ଲୋକେ ରକ୍ତ ନପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
ପରେ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାରର ସମ୍ପାଦକ ଜି ରମେଶ ଖବର ପାଇବା ପରେ ଏ ନେଗେଟିଭ ରକ୍ତଦାତା ଶ୍ରୀମତୀ ରତ୍ନମଞ୍ଜରୀ ପଣ୍ଡାଙ୍କ ସହିତ ଯୋଗାଯୋଗ କରିଥିଲେ ଶ୍ରୀମତୀ ପଣ୍ଡାଙ୍କ କୌଣସି ସମ୍ପର୍କ ନଥାଇ ମଧ୍ୟ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ ଓ ବରଗଡ଼ ରକ୍ତ ଭଣ୍ଡାରକୁ ଆସି ନିଜର ବହୁମୂଲ୍ୟ ରକ୍ତଦାନ କରି ଚିକିତ୍ସିତ ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇଥିଲେ । ଶ୍ରୀମତୀ ପଣ୍ଡାଙ୍କ ମହତ ପନିଆ ପାଇଁ ସଂକଲ୍ପ ପରିବାର ତରଫରୁ ତାଙ୍କୁ ପ୍ରସଂଶା କରିବା ସହିତ ସମସ୍ତ ରକ୍ତଦାତା ମାନଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ କରି ରକ୍ତ ଅଭାବକୁ ଦୂର କରିବା ପାଇଁ ଅନୁରୋଧ କରାଯାଇଛି ।