
ଭେଡେନ-ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଦ୍ୱାବିଂଶ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବରଗଡ ଲୋକସଭା ସଦସ୍ଯ ପ୍ରଦୀପ କୁମାର ପୁରୋହିତ ଯୋଗଦାନ କରି ବିଦ୍ୟାଳୟର ଉନ୍ନତି ତଥା ଶିଶୁ ବିଦ୍ୟା ମନ୍ଦିରର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ପରିଚାଳନା ସମିତିର ସମ୍ପାଦକ କିଶୋର କୁମାର ପାଇକ ସ୍ଵାଗତ ଭାଷଣ ସହିତ ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସମାଜସେବୀ ଯଶୋବନ୍ତ ମେହେର ଉପସ୍ଥିତ ରହି ସମାଜର ବିବିଧ କ୍ଷେତ୍ରରେ ଶିଶୁ ବିଦ୍ୟା ମନ୍ଦିରର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସମାଜ ସେବା କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମତବ୍ୟକ୍ତ କରିଥିଲେ।

ଶ୍ରେୟା ରାଣୀ ସାଥୁଆ,ଯୋନାଲି ମହାପାତ୍ର, ମୁକୁନ୍ଦ ମାହାର ,ଶିବମ ମହାପାତ୍ର,ବୈଭବ ପ୍ରସାଦ ରଣା ଛାତ୍ରଛାତ୍ରୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଭାବିକା ମାନଙ୍କୁ ଟ୍ରଫି ସହିତ ସାଟିର୍ଫିକେଟ ପ୍ରଦାନ କରାଯାଇଥିଲା। ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶିବାନନ୍ଦ ଦାଶ ବାର୍ଷିକ ବିବରଣୀ ପଠନ କରିଥିଲେ।

ପରିଚାଳନା ସମିତିର ସଭାପତି ଭିକାରୀ ଚରଣ ଖମାରୀ ଶିଶୁ ବିଦ୍ୟା ମନ୍ଦିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ। ସଦସ୍ୟା ମୈଥିଳୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାଂସ୍କୃତିକ ପ୍ରମୁଖ ପଦ୍ମଲୋଚନ ପଟେଲ,ନିଶି ସେଟ୍, କାମିନୀ ଭୋଇ ଙ୍କ ତତ୍ତ୍ଵାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇ ଜନସାଧାରଣଙ୍କ ନିକଟରେ ପ୍ରଶଂସିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ସମସ୍ତ ଗୁରୁଜୀ, ଗୁରୁମା ,ମାତୃଭାରତୀ , ଅଭିଭାବକ, ଅଭିଭାବିକା, ତଥା ସମସ୍ତଙ୍କ ପ୍ରୟାସରେ ସଫଳ ହୋଇଥିଲା ।


