Saturday, March 7, 2026
Homeଖେଳରେଟାମୁଣ୍ତା ତୃତିୟ ରନିଂ ଫୁଟବଲ ଉଦଘାଟିତ।

ରେଟାମୁଣ୍ତା ତୃତିୟ ରନିଂ ଫୁଟବଲ ଉଦଘାଟିତ।

ବରପାଲି – ବରପାଲି ବ୍ଲକ ରେଟାମଣ୍ତା ଇଲେଭେନ ଷ୍ଟାର ଏସୋସିଏସନ ପକ୍ଷରୁ ଆୟୋଜିତ ରନିଂ ଫୁଟବଲ ପ୍ରତିଯୋଗିତା ବୁଧବାର ଉଦଘାଟିତ ହୋଇଯାଇଛି। ଆୟୋଜିତ ପଞ୍ଚ ଦିବସିୟ ପ୍ରତିଯୋଗିତା ଉଦଘାଟନୀ ଖେଳଟି ଖରମୁଣ୍ତା ଓ କତୁରକଁଟା ଦଳ ମଧ୍ଯରେ ହୋଇଥିବା ବେଳେ ଦ୍ବିତିୟ ମ୍ଯାଚଟି ବରାହଗୁଡା ଓ ମୁରସୁଣ୍ତା ତୃତିୟ ଖେଳ ଡୁଙ୍ଗୁରିପାଲି ସହ କାଇଁଶିର ଏବଂ ଚତୁର୍ଥ ମ୍ଯାଚ ବରଗାଁ ଏବଂ ଜେଜେଏଫସି ଦଳ ମଧ୍ଯରେ ଖେଳ ହୋଇଥିଲା। ମୁଖ୍ୟଅତିଥି ଭାବେ ବିଶିଷ୍ଠ ଯୁବ ସମାଜସେବୀ ରବିନ୍ର୍ଦ ବାଗ ଯୋଗ ଦେଇ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।

ସମ୍ମାନିତ ଅତିଥି ଭାବେ ନିବେଦିତା ସ୍ୱାଇଁ, ପ୍ରଧାନ ଶିକ୍ଷୟିତ୍ରୀ ପଞ୍ଚାୟତ ହାଇସ୍କୁଲ, ସ୍ୱର୍ଣ୍ଣମୟୀ ଭୋଇ ସମିତିସଭ୍ୟା ଯୋଗେଶ୍ୱର ବାର ଖେଳ ପରିଚାଳକ ଭାବେ ରଘୁନାଥ ସେଠ,ମୋହନ ମହାଲିଙ୍ଗ,ଅଶୋକ ଜୁଆଡି,ହେମନ୍ତ କୁମାର ସାମଲ ପ୍ରମୁଖ ପରିଚାଳନା ଦାୟିତ୍ବଭାର ତୁଳାଇଥିଲେ। ଆୟୋଜକ କମିଟିର ରବି ମଟାରୀ,ଧର୍ମ ଚାଉଁର,ସୁଶାନ୍ତ ଭୁଏ,ଲବ ଦୀପ,କବି ସୂର୍ଯ୍ଯ ଭୂଏ,ପ୍ରଭାକର ଶିକାଙ୍କ ସମେତ କମିଟି ସଦସ୍ଯ ମାନେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ ଆଠଟି ଦଳ ଭାଗ ନେଇଥିବା ବେଳେ ଆସନ୍ତା ୧୫ତାରିଖ ଉଦଯାପନୀ ସମାରୋହ ପାଳିତ ହେବ ବୋଲି କର୍ମକର୍ତ୍ତା ମାନେ ଜଣାଇଥିଲେ।

error: Content is protected !!