ଅତାବିରା(ସୁରେନ୍ଦ୍ର କଠାର)-ବରଗଡ ଜିଲା ଅତାବିରା ଏନଏସି ଅଧିନ ରେଂଗାଲିପାଲି ଗ୍ରାମରେ ଯୁୂବଶକ୍ତି କ୍ଲବ ଆନୁକୂଲ୍ୟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ ଗ୍ରାମରେ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଇଛି ଚାରାରୋପଣରେ ଗ୍ରାମର ଶିଶୁ,ଯୁବକ ପ୍ରମୁଖ ଯୋଗଦେଇଥିଲେ |

ଗ୍ରାମର ସୁବାସ ପ୍ରଧାନ,ଦିଲ୍ଲିପ ପଧାନ,ରାଜେଶ ପଧାନ ପ୍ରମୁଖ ଯୋଗଦେଇଥିଲେ |ଚାରାରୋପଣର ତାତ୍ପର୍ଯ୍ୟ ସମ୍ପର୍କରେ ସୁବାସ ପଧାନ ଆଲୋକପାତ କରିଥିଲେ | ସମୁଦାୟ ୨ଶହ ଚାରାରୋପଣ କରାଯାଇଥିଲା |
