Saturday, November 23, 2024
spot_imgspot_imgspot_img
Homeରାଜନୀତିରିଲିଜ୍ ହେଲା ବିଜେପି ପ୍ରଚାର ର ନୂଆଁ ସମ୍ବଲପୁରୀ ଗୀତ ।

ରିଲିଜ୍ ହେଲା ବିଜେପି ପ୍ରଚାର ର ନୂଆଁ ସମ୍ବଲପୁରୀ ଗୀତ ।

ସମ୍ବଲପୁର – ଚଳିତ ସାଧାରଣ ନିର୍ବାଚନରେ ସବୁ ଦଳ ବର୍ତ୍ତମାନ୍ ରଣାଙ୍ଗନରେ ଓହ୍ଲେଇ ସାରିଲେଣି । ଧୀରେ ଧୀରେ ପ୍ରଚାର୍ ବି ଜମିବାରେ ଲାଗିଲାଣି । ସମସ୍ତ ଦଳ ଓ ପ୍ରାର୍ଥୀ ନିଜ ନିଜ ଢଙ୍ଗ ରେ ପ୍ରଚାର୍ ପ୍ରସାର କରିବାରେ ଲାଗପଡିଛନ୍ତି । ଭୋଟର ଙ୍କୁ ନିଜର ସପକ୍ଷରେଆଣିବା ପାଇଁ ବିବିଧ ମଧ୍ୟମ କୁ ବ୍ଯବହାର କରୁଛନ୍ତି । ନିର୍ବାଚନ ପ୍ରଚାର ପାଇଁ ସାମାଜିକ ଗଣମାଧ୍ୟମ, ଗୀତ, ନାଚ, ଛୋଟ ନାଟକ କୁ ମଧ୍ଯ ଏକ ବଡ ବିକଳ୍ପ ଭବେ ଗ୍ରହଣ କରିଛନ୍ତି ରାଜନୈତିକ ଦଳ ଓ ପ୍ରାର୍ଥୀ । ଏଥିରେ ମଧ୍ଯ ପଛରେ ପଡିନି ବିଜେପି ଦଳ ଓ ଦଳୀୟ ପ୍ରାର୍ଥୀ ।


ରାଜ୍ୟ ରାଜନୀତି ରେ ଚର୍ଚ୍ଚା ରେ ଥିବା ସମ୍ୱଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ରେ ଦୈନିକ ଆସୁଛି ନୂଆଁ ଖବର । ନିର୍ବାଚନ ପ୍ରଚାର ର ସର୍ବାଗ୍ରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଆରା ଓ ଆକର୍ଷଣୀୟ ପନ୍ଥା ଅବଲମ୍ବନ କରିଛନ୍ତି । ନିର୍ବାଚନୀ ସଭାସମିତି, ରେଲି ସାଙ୍ଗରେ ଭାଷା ସାହିତ୍ୟ କଳା ସଂସ୍କୃତି ପରମ୍ପରା କୁ ଅସ୍ତ୍ର କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ । ପ୍ରଥମେ ବିଶିଷ୍ଟ ବଲିଉଡ୍ କଣ୍ଠଶିଳ୍ପୀ କୈଳାଶ ଖେର୍ ଗାଇଥିବା ଗୋଟିଏ ହିନ୍ଦୀ ଗୀତ ରିଲିଜ୍ ହୋଇଥିଲା । ପାରେ ବିଶିଷ୍ଟ ସମ୍ବଲପୁରୀ କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍ ଗାଇଥିବା ଏକ ଗୀତ ରିଲିଜ୍ ହୋଇଥିଲା । ଆଜି ପୁଣି ଉମାକାନ୍ତ ବାରିକ୍ ଙ୍କ ଲୋକପ୍ରିୟ ଗୀତା “ଲେ ଲେ ଲେ ବଉଲ…” ସ୍ଵରରେ ଆଉ ଏକ ଗୀତ ରିଲିଜ୍ ହେଇଛି ।


ଆଜି ଗ୍ରୀନ ପାର୍କ ଠାରେ ଏହି ଗୀତ ର ରିଲିଜ୍ ହୋଇ ଯାଇଛି । ଗୀତ ଶୁଣିଲା ପରେ କେନ୍ଦ୍ରମନ୍ତ୍ରୀ କଣ୍ଠଶିଳ୍ପୀ ଓ ଲେଖକ୍ ଙ୍କୁ ପ୍ରସଂଶା କରିଥିଲେ । ଗୀତ ରିଲିଜ୍ ସମୟ ରେ ବରଗଡ଼ ର ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ, ଅତାବିରା ବିଧାନସଭା ପ୍ରାର୍ଥୀ ନିହାର ମହାନନ୍ଦ, ସମ୍ବଲପୁର ଲୋକସଭା ପ୍ରଭାରୀ ସୁରେଶ୍ଵର ଶତପଥୀ, ଯୁବ ନେତା ସୁଧୀର ରଞ୍ଜନ ବହିଦାର, କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।

error: Content is protected !!