Saturday, March 7, 2026
Homeକଳା ସାହିତ୍ୟ ସଂସ୍କୃତିରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଧୂମାଭଟାରେ ହିନ୍ଦୁ ସମିଳନୀ ।

ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ଧୂମାଭଟାରେ ହିନ୍ଦୁ ସମିଳନୀ ।

ପଦ୍ମପୁର-ପଦ୍ମପୁର ନିକଟସ୍ଥ ପାଇକମାଳ ଖଣ୍ଡ ଲଖମରା ମଣ୍ଡଳ ଧୂମାଭଟା ଗ୍ରାମରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ହିନ୍ଦୁ ସମାଜକୁ ନେଇ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପାଞ୍ଚ କୁଣ୍ଡିୟ ଗାୟତ୍ରୀଯଜ୍ଞ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ପୁରୋଧା ଭାବେ ପଣ୍ଡିତ ମିନିକେତ ପାତ୍ର ଯୋଗଦେଇ ଗାୟତ୍ରୀ ଯଜ୍ଞ ସମପନ କରିଥିଲେ । ଏହି ଯଜ୍ଞ ରେ ଉପସ୍ଥିତ ପ୍ରାୟ ୨୫୦ଜଣ ମା, ଭଉଣୀ ୧୫୦ଜଣ ଭଦ୍ରବ୍ୟକ୍ତି ଉପସ୍ଥିତ ରହି ବିଶ୍ୱ ଶାନ୍ତି ପାଇଁ ଏକ ଲକ୍ଷ ଚୋବିଶ ହଜାର ଗାୟତ୍ରୀ ମହାମନ୍ତ୍ର ଜପ କରିଥିଲେ ।

ସମାଜ ପରିବର୍ତ୍ତନ ପାଇଁ ପାଞ୍ଚ ପରିବର୍ତ୍ତନ ଉପରେ ସହଜିଲ୍ଲା କାର୍ଯ୍ୟବାହ ବରଗଡ, ଭୀଷ୍ମଦେବ ସାହୁ( କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ପର୍ଯ୍ୟବରଣ, ”ର ଜାଗରଣ ଓ ନାଗରୀକର କର୍ତ୍ତବ୍ୟ ) ଉପରେ ଏବଂ ହିନ୍ଦୁତ୍ୱ ବିଷୟରେ ବିଶ୍ୱହିନ୍ଦୁପରିଷଦ ପୂର୍ବତନ ପ୍ରାନ୍ତ ସଂଯୋଜକ ଜୟନାରାୟଣ ତ୍ରିପାଠୀ ଯୋଗଦେଇ ଉଦବୋଧନ ଦେଇଥିଲେ ।

ସମ୍ମାନୀତ ଅତିଥି ଭାବରେ ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ,ପଦ୍ମପୁରର ସଭାପତି ଶ୍ରୀଯୁକ୍ତ ପୃଥ୍ୱୀରାଜ ସାହୁ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପାଇକମାଳଖଣ୍ଡ ବୌଦ୍ଧିକ ଇନ୍ଦ୍ରମଣି ଭୋଇ ପ୍ରମୁଖ ପରିଚାଳନା କରିଥିଲେ । ଶ୍ରୀଯୁକ୍ତ ଅର୍ଜୁନ ଭୀଲ, ସୁକାନ୍ତ କିଶୋର ସାହୁ, ରାଧେଶ୍ୟାମ ସାହୁ, ରାଜକିଶୋର ପଟେଲ, ସାରାଇକେଲା ପୂର୍ବତନ ସରପଞ୍ଚ ମକୁନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

error: Content is protected !!