Sunday, March 8, 2026
Homeକଳା ସାହିତ୍ୟ ସଂସ୍କୃତିରାମେଶ୍ବର ମନ୍ଦିରରେ ଥାଳ ଉଠା ଉତ୍ସବ ।

ରାମେଶ୍ବର ମନ୍ଦିରରେ ଥାଳ ଉଠା ଉତ୍ସବ ।

ପଦ୍ମପୁର – ଶିତଳଷଷ୍ଠୀ ଉତ୍ସବର ଅଭିନ୍ନ ଅଂଶ ଥାଲ ଉଠା ବୃହତ୍ ଧୂମଧାମ ସହିତ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଲୋକ ଧାର୍ମିକ ଉତ୍ସାହରେ ଭାଗନେଲେ। ଅନେକ ପ୍ରାଚୀନ ପରମ୍ପରା ଅନୁଯାୟୀ, ଥାଳ ଉଠା ଦ୍ୱାରା ଶିତଳଷଷ୍ଠୀ ବ୍ରତର ଆଧିକାରିକ ଆରମ୍ଭ ଘୋଷିତ ହୁଏ। ଏହି ଦିନ ଜଗତ ଜନନୀ ମାତା ପାର୍ବତୀ ସହ ମହାଦେବ ଙ୍କ ବିବାହ ପାଇଁ କନ୍ୟା ମାତା ପିତା ଭାବେ ଶ୍ରୀମତୀ ସୁଷମା ପଣ୍ଡା ଏବଂ ଶ୍ରୀଯୁକ୍ତ ଗୋପାଳ ପଣ୍ଡା ଓ ବର ମାତା ପିତା ଭାବେ ଶ୍ରୀମତୀ କନକଲତା ପାଣିଗ୍ରାହୀ ଏବଂ ସମୀର କୁମାର ପାଣିଗ୍ରାହୀ ଙ୍କର୍ ଚୟନ ସହ ବିବାହ ପାଇଁ ପାଣ୍ଠି ଆଦାୟର ଶୁଭାରମ୍ଭ ହୋଇଛି। ପଦ୍ମପୁର ଅଞ୍ଚଳର ବିଭିନ୍ନ ଶାଖା ଓ ମନ୍ଦିର ସମିତି ଦ୍ୱାରା ବିଭିନ୍ନ ଧାର୍ମିକ କାର୍ଯ୍ୟକ୍ରମ ଏବଂ ସଂଗୀତାତ୍ମକ ଉପସ୍ଥାପନା ରଖାଯାଇଥିଲା।

ଲୋକମାନେ ବୃହତ୍ ସଂଖ୍ୟାରେ ଯୋଗଦେଇ ନୃତ୍ୟ-ସଙ୍ଗୀତ, ମହାପ୍ରସାଦ ବଣ୍ଟନ ଓ ଧାର୍ମିକ ରାଳିରେ ଭାଗ ନେଇଥିଲେ । ଅଖଣ୍ଡ ଭକ୍ତି, ପ୍ରେମ ଓ ସଂସ୍କୃତି ର ସମ୍ମିଳନ ଥିଲା ଏହି ବର୍ଷ ର ଥାଳ ଉଠା, ଯାହା ଆସନ୍ତା ଦିନ ମାନେ ଶିତଳଷଷ୍ଠୀ ବ୍ୟାପକ ଉତ୍ସବକୁ ଆଗୁଆ କରୁଛି। ସବାଶେଷରେ ଶ୍ରୀ ଶ୍ରୀ ରାମେଶ୍ବର ମନ୍ଦିର ଶୀତଳ ଷଷ୍ଠୀ ମହୋତ୍ସବ କମିଟି ତରଫରୁ ସଭାପତି ଗୁଡୁ ସାହୁ, ଉପସଭାପତି ଆକାଶ ସାହୁ, ସମ୍ପାଦକ କମଳ ସାହୁ, ନିକାଶ ନାୟକ, ସେବକ ମେହେର, କୋଷାଧ୍ୟକ୍ଷ ଖିରୋଦ୍ର ତ୍ରିପାଠୀ, ଅମିତ୍ ସରାଫ ଉକ୍ତ ଉତ୍ସବକୁ ଆଗକୁ ନେବା ପାଇଁ ଶିବ ପାର୍ବତୀଙ୍କ ଆଶୀର୍ବାଦ ସହ ପଦ୍ମପୁର ଜନତାଙ୍କୁ ଉକ୍ତ ବିବାହ ଉତ୍ସବରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ।

error: Content is protected !!