Saturday, April 12, 2025
spot_imgspot_imgspot_img
Homeରାଜ୍ୟରାଣୀପୁର ଝରିଆଲରେ ବିଶୁଦ୍ଧ ପାନୀୟଜଳ (ଅମୃତ ଧାରା) ଲୋକାର୍ପଣ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ।

ରାଣୀପୁର ଝରିଆଲରେ ବିଶୁଦ୍ଧ ପାନୀୟଜଳ (ଅମୃତ ଧାରା) ଲୋକାର୍ପଣ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ।

କଣ୍ଟାବାଞ୍ଜି – ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ତଥା ଦେଶର ଅନନ୍ୟ ପ୍ରାକ୍ ଐତିହାସିକ ସ୍ଥଳୀ ରାଣୀପୁର ଝରିଆଲ ରେ ବିଶୁଦ୍ଧ ପାନୀୟଜଳ (ଅମୃତ ଧାରା) ଲୋକାର୍ପଣ ହୋଇଯାଇଛି। ଷଷ୍ଠ ରୁ ନବମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ଐତିହାସିକ ସ୍ଥଳୀ ରାଣୀପୁର ଝରିଆଲ କୁ ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ମୌଳିକ ସୁବିଧା ଯୋଗାଇବାରେ ମଧ୍ୟ ପୂର୍ବ ସମସ୍ତ ସରକାର ବିଫଳ ମାରିଥିବା ବେଳେ ।

ମଙ୍ଗଳବାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରାଣୀପୁର ଝରିଆଲ ରେ ବିଶୁଦ୍ଧ ପାନୀୟଜଳ (ଅମୃତ ଧାରା) ର ଲୋକାର୍ପଣ କରିଛନ୍ତି। ଶତାଧିକ ମହିଳା ଓ ଅଞ୍ଚଳର ଲୋକେ ସ୍ବାଗତ କରି ପାଛୋଟି ନେଇଥିଲେ ବିଧାୟକ ଙ୍କୁ ଓ ଅତି ଜରୁରୀ ଥିବା ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ର ଶୁଭାରମ୍ଭ କରିଥିବାରୁ ଭୁୟସି ପ୍ରଶଂସା କରିଥିଲେ।

ଝରିଆଲ ପଞ୍ଚାୟତ ସରପଞ୍ଚ ଭରଦ୍ୱାଜ ଗହୀର ଙ୍କ ପ୍ରଚେଷ୍ଟାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା, ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ଚାନ୍ଦୋତରା ସରପଞ୍ଚ ଜିତେନ ବଛା, ଯୁବନେତା ଯୁବରାଜ ବାଗ, ଝଳପ ସରପଞ୍ଚ ଙ୍କ ସ୍ବାମୀ ଗୋବିନ୍ଦ ପୁଟେଲ, ଝରିଆଲ ସମିତି ସଭ୍ୟ ରାଜୁ ହାତୀ , ଭାଲୁମୁଣ୍ଡା ସରପଞ୍ଚ ବସନ୍ତ ମେହେର,

ଜିପିଓ ପୁରୁଷୋତ୍ତମ ମାଝୀ, ଏପିଓ ଲକ୍ଷ୍ମଣ ବୁଡେକ, ଏଇଇ ଦେବ କୁମାର ପ୍ରଧାନ, ଜେଇ ପ୍ରଦ୍ୟୁମ୍ନ କୁମାର ସାହୁ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଝରିଆଲ ପଞ୍ଚାୟତ ଇଓ ସଙ୍କିର୍ତ୍ତନ ମାଝୀ, ଶ୍ରୀରାମ ସେନା ସଭାପତି ଧର୍ମାନନ୍ଦ ଯୁଏଡ, ବିଏଲସି ସତ୍ୟ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ମୁକେଶ ବାଗ, ହେମନ୍ତ ସାହୁ,ଯୌବନ ବାଗ, ପ୍ରତାପ ନିଆଳ, ଦିନେଶ ବାଗ , କୃଷ୍ଣ ଚନ୍ଦ୍ର ସାହୁ, ପହଲେଶ୍ବର ପୁଟେଲ, ସୁରଜ ସାହୁ , ମୁକେଶ ସାହୁ, ରୋହିତ ଜାନୀ, ସଞ୍ଜୁ ଭୋଇ ,

ଯୁଗଳ କିଶୋର ପୁଟେଲ ଙ୍କ ସହ ସତାଧିକ ମହିଳା ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି ରାଣୀପୁର ଝରିଆଲ କୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ର ଘୋର ଅସୁବିଧା ରହିଥିଲା ତେଣୁ ଏହି ଅମୃତ ଧାରା ଲୋକାର୍ପଣ ହେବାଦ୍ବାରା ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ବେଶ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ଲୋକେ ଏଭଲି ପଦକ୍ଷେପ କୁ ସ୍ବାଗତ କରିଛନ୍ତି।

error: Content is protected !!