Saturday, November 23, 2024
spot_imgspot_imgspot_img
Homeଖେଳରାଜ୍ୟସ୍ତରୀୟ ଦ୍ବିଦିବସିୟ ବୋଚି ଚୟନ ଶିବିର ଉଦଯାପିତ ।

ରାଜ୍ୟସ୍ତରୀୟ ଦ୍ବିଦିବସିୟ ବୋଚି ଚୟନ ଶିବିର ଉଦଯାପିତ ।

ବରପାଲି-ବରପାଲି ଲିଟିଲ୍ ଏଞ୍ଜେଲସ୍ ପବ୍ଲିକ୍ ସ୍କୁଲ ପରିସରରେ ସ୍ପେସିଆଲ୍ ଅଲମ୍ପିକ ଭାରତ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ବୋଚି ଚୟନ ଶିବିର ଉଦଯାପିତ ହୋଇଯାଇଛି। ଗତ ୧୭ ଓ ୧୮ ତାରିଖ ଦୁଇଦିନ ପରିଚାଳିତ ଶିବିରରେ ରାଜ୍ୟର ଖୋର୍ଦ୍ଧା,କଟକ, ନୟାଗଡ଼, ବଲାଙ୍ଗୀର, ବରଗଡ଼, ସୋନପୁର, ସୁନ୍ଦରଗଡ଼ ଆଦି ଜିଲ୍ଲା ମାନଙ୍କରୁ ୬୨ଜଣ କ୍ରୀଡାବିତ୍ ଓ ୨୧ଜଣ କୋଚ୍ ଓ ୧୨ଜଣ ଅଫିସିଆଲ୍ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ପେସିଆଲ୍ ଅଲମ୍ପିକସ୍ ଭାରତ ଓଡ଼ିଶାର ସଭାପତି ଶ୍ରୀମତୀ ସୁନିତା ମୁଣ୍ଡ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ୧୪ ରୁ ୨୧ ବର୍ଷିୟ ଦିବ୍ଯାଙ୍ଗ ପିଲା ମାନଙ୍କୁ ଚୟନ କରାଯାଇଥିଲା । ଉଦଯାପନୀ ସମାରୋହରେ ମୁଖ୍ୟଅତିଥି ଭାବରେ ବରଗଡ଼ ଜିଲ୍ଲା ଶିଶୁ ସଂରକ୍ଷଣ ଅଧିକାରୀ ମଞ୍ଜୁ ଏକ୍କା ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ ସହ ପରିସମାପ୍ତି ଘୋଷଣା କରିଥିଲେ। ସଭାରେ ଅନ୍ୟତମ ଅତିଥି ଭାବେ ସ୍ପେସିଆଲ୍ ଅଲମ୍ପିକ୍ ଭାରତ ଓଡିଶାର ସଭାପତି ସୁନିତା ମୁଣ୍ଡ, ଉପସଭାପତି ଉମାକାନ୍ତ ଷଡ଼ଙ୍ଗୀ,କ୍ରୀଡା ନିର୍ଦ୍ଦେଶକ ସସ୍ମିତା ମହାପାତ୍ର,ସରସ୍ଵତୀ ମହିଳାସଂଘ ସଭାପତି ଲୀଳାବତୀ ତ୍ରିପାଠୀ ଓ ଓପନ ଲର୍ଣ୍ଣିଙ୍ଗ ସିଷ୍ଟମ୍ ସ୍କୁଲ ଅଧ୍ୟକ୍ଷ ମନତୋଷ ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ।

ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ କ୍ରିଡାବିତ ମାନଙ୍କୁ ଉତ୍ସାହ ପ୍ରଦାନ କରାଯାଇଥିଲା। ୨୧ ରୁ ୨୯ ବର୍ଷ ଓ ୩୦ବର୍ଷରୁ ତଦୂର୍ଦ୍ଧ୍ବ କ୍ରୀଡାବିତ ମାନେ ଶିବିରରେ ଚୟନ ହୋଇଥିଲେ। ଏହି ଅବସରରେ ଅନ୍ତର୍ଜାତୀୟ ସ୍ତରରେ ଖେଳିଥିବା କ୍ରୀଡାବିତ୍ ସଚିନ୍ ବାରିକ ବରପାଲି, ବୈଷ୍ଣବ ରାଜପାଲିଆ ବଲାଙ୍ଗିର ଏବଂ ଅରିଦିତା ଚକ୍ରବର୍ତ୍ତୀ ଖୋର୍ଦ୍ଧା ଅତିଥି ମାନଙ୍କ ଗହଣରେ ସମ୍ବର୍ଦ୍ଧିତ କରାଯାଇଥିଲା। ଖେଳ ଶେଷରେ କୃତକାର୍ଯ୍ୟ ହୋଇଥିବା ଖେଳାଳୀ ମାନଙ୍କୁ ପୁରସ୍କୃତ କରିବା ସହ କୋଚ୍ ମାନଙ୍କୁ ସରସ୍ବତୀ ସଂଘ ତରଫରୁ ସ୍ମାରକ ଉପହାର ପ୍ରଦାନ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସହିତ ମାର୍ଚ୍ଚପାଷ୍ଟ ହୋଇ ଶିବିର କାର୍ଯ୍ଯକ୍ରମର ଉଦଯାପନୀ ପର୍ବ ପାଳିତ ହୋଇଥିଲା l ୟୁନିଫାଏଡ଼ ଗ୍ରୁପର ମିନତି ପ୍ରଧାନ , ପୁରନ୍ଦର ସିଂହ ଏବଂ. ୟୁଥ୍ ଲିଡର ଅର୍ପିତ ମହାପାତ୍ରଙ୍କ ସହଯୋଗରେ ଶିବିର ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା କୋଚ୍ , ସରସ୍ବତୀ ସଂଘର କର୍ମକର୍ତ୍ତାଗଣ, ଲିଟିଲ ଏଞ୍ଜେଲସ ପବ୍ଲିକ ସ୍କୁଲ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ।

error: Content is protected !!