ପଦ୍ମପୁର – ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି l ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ସଂସ୍କାର ଦଶମଶ୍ରେଣୀର ପଟ୍ଟନାୟକ,ଦ୍ଵିତୀୟ ସ୍ଥାନରେ ନବମ ଶ୍ରେଣୀର ଶ୍ରୀୟମ ଶତପଥି ରହିଛନ୍ତି l ସେହିପରି ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ନାଟକ ପ୍ରତିଯୋଗିତାରେ ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରୀ ମାନେ ଉତ୍କୃଷ୍ଟ ନାଟକ ପ୍ରଦର୍ଶିତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଉଭୟ କୃତି ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ଓ ନାଟକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାରୁ ଭାରପ୍ରାପ୍ତ ଅଧ୍ୟକ୍ଷ ଜାନକୀ ବଲ୍ଳଭ ପାଇକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଅଭିଭାବକ ଅଶ୍ୱିନୀ ଧରୁଆ,ମାନସ ଶତପଥି, ରମେଶ ନାୟକ, ବିଦେଶୀ ବରିହା ସମେତ ସମସ୍ତ ଅଭିଭାବକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି l



