Saturday, November 23, 2024
spot_imgspot_imgspot_img
Homeରାଜନୀତିରାଜବୋଡାସମ୍ବର କୃଷକ ସଂଗଠନର ଗାଁ କୁ ଚାଲ ଅଭିଯାନ : ଗଣତନ୍ତ୍ରର ମହାନ ପର୍ବରେ ସାମିଲ...

ରାଜବୋଡାସମ୍ବର କୃଷକ ସଂଗଠନର ଗାଁ କୁ ଚାଲ ଅଭିଯାନ : ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ଅଞ୍ଚଳର ବିକାଶ ପାଇଁ ମତାମତ କରିବାକୁ ଆହ୍ବାନ ।

ପଦ୍ମପୁର-ରାଜବୋଡାସମ୍ବର କୃଷକ ସଂଗଠନର ଗାଁ କୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ରେ ସଂଗଠନ କର୍ମୀ ମାନେ ଗାଁ ଗାଁ ବୁଲି ଭୋଟର ମାନଙ୍କୁ ନିର୍ବାଚନୀ ସଚେତନତା ବାର୍ତ୍ତା ଦେଉଛନ୍ତି। ୫୫୫ ଦିନ ଆନ୍ଦୋଳନ ଧାରଣା ପରେ ଅସମାହିତ ସମସ୍ୟା ର ସମାଧାନ ପାଇଁ ସଂଗଠନ ଭୋଟର ମାନଙ୍କ ଉପରେ ବିଚାର କରିବାକୁ ଛାଡିଦେଇଛି। ଗତ ୭୫ ବର୍ଷ ଭିତରେ ପ୍ରାୟ ସମସ୍ତ ଦଳ କେନ୍ଦ୍ର  ବା ରାଜ୍ୟ ରେ ସରକାର କରିଥିବା ସୁଯୋଗ ପାଇଛନ୍ତି। ହେଲେ କୌଣସି ଦଳ ନିର୍ବାଚନୀ ଇସ୍ତାହାର ଠିକ ଭାବେ କାର୍ଯ୍ୟକାରୀ କରୁନାହାଁନ୍ତି କିମ୍ବା ଲୋକଙ୍କ ସମସ୍ୟା ସମାଧାନ ହୋଇପାରୁନାହିଁ। ସେଥିପାଇଁ ସଂଗଠନ ତରଫରୁ ଫସଲ ର ମୂଲ୍ୟ, ମଣ୍ଡି ବ୍ୟବସ୍ଥା, ଜଳସେଚନ, ଋଣ ଛାଡ଼, ବିଦ୍ୟୁତ ବିଲ ଓ ସମସ୍ୟା, ବେକାରୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ସମସ୍ୟା କୁ ପ୍ରସଙ୍ଗ କରି ପାଇକମାଲ ବ୍ଲକ ର ମିଠାପାଲି, ଜାମସେଠ, ଛିନ୍ଦେକେଲା, ମାଣ୍ଡୋସିଲି, କାଂଶଡା, ନୂଆପଡା, ଭୁବନେଶ୍ୱରପୁର, ଲାଖମରା, ମହୁଲପାଲି, ସମ୍ବଲପୁରୀ, ଦେୱାନ ପାଳି, କୁର୍ଲୁପାଲି, ଭଣ୍ଡାରପୁରୀ, ଝାରବନ୍ଧ ଗ୍ରାମ ମାନଙ୍କରେ ଲୋକଙ୍କ ସହିତ ବୈଠକ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସଂଗଠନ ପକ୍ଷରୁ ଲିଙ୍ଗରାଜ ପଧାନ, ନିରାକାର ସାହୁ , ପ୍ରକାଶ ଦାସ, ସୁବାସ ସାମନ୍ତରାୟ, ରୋହିତ ପଧାନ,ନବୀନ ବେହେରା, ମନବୋଧ ପଧାନ, କୈଳାସ ବାରିକ, ଧରମେନ୍ଦ୍ର ସାହା ଏବଂ ରମେଶ ମହାପାତ୍ ମଦ ମାଂସ, ପାଞ୍ଚ ଶହ ଟଙ୍କା ବହୁ ମୂଲ୍ୟ ଭୋଟ ବିକ୍ରି ନ କରିବା ପାଇଁ ନିବେଦନ କରିଛନ୍ତି।

error: Content is protected !!